ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର, ୨୪ କ୍ୟାରେଟ ସୁନା ଦର ୨୪ ଶହ ବୃଦ୍ଧି

ଭୁବନେଶ୍ଵର: ଯଦି ଆପଣ ସୁନା ଏବଂ ରୂପା କିଣିବାର ପ୍ଲାନ୍ କରୁଛନ୍ତି ତେବେ ଆଜି ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଅର୍ଥାତ୍ ଆଜି ସୁନା ଦର ବୃଦ୍ଧି ପାଇଛି । ଫ୍ୟୁଚର ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ହୋଇଛି । ତେବେ ଆଜି ସର୍ବାଧିକ ରେକର୍ଡ ସ୍ତର ଛୁଇଁଛି ସୁନା ଦର । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ୨୪ ଶହ ଟଙ୍କା ବୃଦ୍ଧି ହୋଇଛି। ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ କୁ ୨୨୦୦ ଟଙ୍କା ବୃଦ୍ଧି ପାଇ ଲକ୍ଷେ ୨୭ ହଜାର ଟଙ୍କା ପାର୍‌ ହୋଇଛି। ମୁମ୍ବାଇରେ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ଦର ଲକ୍ଷେ ୩୮ ୫୫୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ୧୦ ଗ୍ରାମ୍ ଦର ଲକ୍ଷେ ୨୭ ହଜାର ରହିଛି।

ତେବେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୩୮,୭୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୨୭,୧୫୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୂନା ମୁଲ୍ୟ ୧,୦୪,୦୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୩୮,୫୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୨୭,୦୦୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧,୦୩,୯୧୦ ଟଙ୍କା ରହିଛି । ଚେନ୍ନାଇରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୩୯,୩୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୨୭,୭୦୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧,୦୬,୫୦୦ ଟଙ୍କା ରହିଛି । ସେହିପରି କୋଲକାତାରେ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୧,୩୮,୫୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧,୨୭,୦୦୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧,୦୩,୯୧୦ ଟଙ୍କା ରହିଛି ।