ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା: ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ପବିତ୍ର ମହା ଶିବରାତ୍ରି ଅବସରରେ Lingaraj Temple ରେ ହେବାକୁଥିବା ଜାଗରଯାତ୍ରା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପ୍ରତିବର୍ଷର ଭଳି ଏବେ ମଧ୍ୟ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସିବେ ବୋଲି ଅନୁମାନ କରାଯାଇଛି। ଏହାକୁ ମଧ୍ୟନଜର ରଖି ପୋଲିସ ପକ୍ଷରୁ କଢ଼ା ସୁରକ୍ଷା ବ୍ୟବସ୍ଥା ସହିତ ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ପାଇଁ ବିଶେଷ କଟକଣା ଜାରି କରାଯାଇଛି।

ଗାଡ଼ି ପାର୍କିଂ ପାଇଁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୨ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ଭକ୍ତମାନେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଗାଡ଼ି ରଖି ପାଇଁ ଅନୁରୋଧ କରାଯାଇଛି । ଶିବରାତ୍ରି ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି। ସମସ୍ତ ଭକ୍ତ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି। ପୋଲିସ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ନିୟମ ମାନି ସହଯୋଗ କରିବାକୁ ଅନୁରୋଧ କରାଯାଇଛି।