ପୁଲୱାମାରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

0

ଶ୍ରୀନଗର : ଜାମ୍ମୁ- କାଶ୍ମୀରର ପୁଞ୍ଚ ଆତଙ୍କବାଦୀ ଆକ୍ରମଣ ପରେ ସେନାଙ୍କୁ ସଫଳତା ମିଳିଛି । ପୁଲୱାମାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । । ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚୁରା କରୁଛନ୍ତି ।

ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା । ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ ସହ ମିଳିତ ତଦନ୍ତ ଜାରି ରହିଛି।