ଭୁବନେଶ୍ୱର: ଶୁକ୍ରବାର ପରି ସନିବାର ମଧ୍ୟ ରାଜ୍ୟରେ କାଳବୈଶାଖ ପ୍ରଭାବ ଦୋଖିବାକୁ ମିଳିଛି ସେଥିପାଇଁ ତାପମାତ୍ରା କମ୍ ରହିଛି । ଆଜି ରାକଞରେ କାଳବୈଶଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଥିଲା । ରବିବାର ଓ ସୋମବାର ଦୁଇଟି ବଡ଼ କାଳବୈଶାଖୀ ହେବାର ଅଛି । କାଳବୈଶଖୀ ପ୍ରଭାବରୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରବିବାର ପାଇଁ ରାଜ୍ୟର ୧୮ ଜିଲ୍ଲା ଓ ସୋମବାର ୨୧ ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ତେବେ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ କାଳବୈଶାଖୀ ସମ୍ଭାବନା ରହିଛି। ଉପରୋକ୍ତ ଜିଲ୍ଲାମାନଙ୍କରେ ବିଜୁଳି, ଘଡଘଡି ସହ ସ୍ଥଳବିଶେଷରେ ୪୦ରୁ ୫୦ କିଲୋମିଟର ପର୍ୟ୍ୟନ୍ତ ପବନ ବହିପାରେ। ଢେଙ୍କାନାଳ, ବୌଦ୍ଧ, କଟକ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟରେ କୁଆପଥର ମାଡ ହେବାର ସମ୍ଭାବନା ରହିଛି ।
୨୪ ତାରିଖରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳରେ କୁଆପଥର ମାଡ଼ ହେବା ନେଇ ସମ୍ଭାବନା ରହିଥିବା ବେଳେ କଟକ, ଯାଜପୁର, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୫ ଓ ୨୬ ତାରିଖରେ କାଳବୈଶାଖୀର ପ୍ରଭାବ କ୍ରମଶଃ କମିବ। ସେହିପରି ଆସନ୍ତା ୩ ଦିନ ପର୍ୟ୍ୟନ୍ତ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।