ଏକା ଥରକେ ଡାଟା ଓ ଟକ୍ ଟାଇମ୍ ବୃଦ୍ଧି କରିବା ପାଇଁ ଏହି ବର୍ଷ ହୋଇଛି ଯୋଜନା

ନୂଆଦିଲ୍ଲୀ : ଗ୍ୟାସ୍ ସିଲିଣ୍ଡର ଦାମ ବୃଦ୍ଧି ସମସ୍ତଙ୍କୁ ଘାରିଥିବା ବେଳେ, ଏବେ ମୋବାଇଲ୍ ରିଚାର୍ଜ ଦାମ୍ ବି ବୃଦ୍ଧି ପାଇବ । ଏହା ଶୁଣି ନେଟ୍ ୟ୍ୟୁଜରର୍ସଙ୍କ ଚିନ୍ତା ବଢିଛି । କାରଣ ଏବେ ମୋବାଇଲେ ଟକ୍ ଟାଇମ୍ ଯେତିକି ଗୁରୁତ୍ୱ ନୁହେଁ ତା ଠାରୁ ଢେର ଅଧିକ ଗୁରୁତ୍ୱ ଡାଟା ପ୍ୟାକ୍ ରିଚାର୍ଜ । କାରଣ ସବୁ କିଛି ଏବେ ନିର୍ଭର କରୁଛି ଇଣ୍ଟରନେଟ ଉପରେ । ମୋବାଇଲ୍ ରିଚାର୍ଜ ଦାମ ବୃଦ୍ଧି ଉପରେ ଆଭାସ ଦେଇଛନ୍ତି ଏୟାରଟେଲ ଅଧ୍ୟକ୍ଷ ସୁନୀଲ ମିତଲ । ସେ କହିଛନ୍ତି ଦରମା ବଢୁଛି, ଘର ଭଡା ବଢୁଛି, ହେଲେ ଦେଶରେ ଗୋଟିଏ ଜିନିଷ ବଢୁନି ତାହା ହେଉଛି ମୋବାଇଲ୍ ରିଚାର୍ଜ ଦାମ୍ । ଲୋକମାନେ ନାମକୁ ମାତ୍ର ଟଙ୍କା ଦେଇ ମାସକୁ ୩୦ ଜିବି ଡାଟା ବ୍ୟବହାର କରୁଛନ୍ତି । ତେଣୁ କିଛି ମାସ ମଧ୍ୟରେ ମୋବାଇଲ୍ ରିଚାର୍ଜ ଦାମ୍ ବଢିପାରେ । ସବୁ କଂପାନୀ ଏହି ଦାମ ବଢାଇବେ । ସେ ଆହୁରି କହିଛନ୍ତି ଭାରତ ହେଉଛି ଏମିତି ଏକ ଦେଶ ଯେଉଁଠି ମୋବାଇଲ ନେଟୱର୍କ ସର୍ଭିସ କଂପାନୀମାନେ ବ୍ୟବସାୟରେ ଅଧିକ ଖର୍ଚ୍ଚ କରୁଛନ୍ତି ହେଲେ ସେହି ତୁଳନାରେ ରିଟର୍ଣ୍ଣ ନାହିଁ । ଏପରି ସ୍ଥିତି ବଦଳିବା ଦରକାର ।

ତେଣୁ ଦାମ୍ ଖୁବ୍ କମ୍ ବଢିବ । ଯଦିଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଏଥିରେ ପ୍ରଭାବିତ ହେବେ ବୋଲି କୁହା ଯାଉଛି, ସେ କହିଛନ୍ତି ଅନ୍ୟ ସାମଗ୍ରୀ ହୁ ହୁ ହୋଇ ବଢୁଛି, ଲୋକେ ସେଥିରେ ଆଡଜଷ୍ଟ କରୁଛନ୍ତି, କିନ୍ତୁ ସେହି ତୁଳନାରେ ଆମ ଦାମ୍ ବଢିବ ନାହିଁ । ଡିଜିଟାଲ୍ ଭାରତ ସ୍ୱପ୍ନ ଏକ ପ୍ରକାର ସଫଳ ହୋଇଛି । ଏଥି ପାଇଁ ଦୃଢ ଟେଲିକମ୍ କଂପାନୀ ଓ ସର୍ଭିସ୍ ଆବଶ୍ୟକ । ମିତଲ ଉଦାହରଣ ହେଇ କହିଛନ୍ତି ସରକାର ବିଏସଏନଏଲ ଓ ଭୋଡାଫୋନ୍ ଆଇଡିଆ କଂପାନୀ ଭିତିଭୂମୀକୁ ସାହାଯ୍ୟ ଯୋଗାଇ ଏହାକୁ ମଜବୁତ କରିଛନ୍ତି । ସେପରି ଦୁର୍ବଳ ସ୍ଥିତି ଆଉ କୌଣସି କଂପାନୀର ନ ହେଉ । କିଛି ମାସ ପୂର୍ବରୁ ଏୟାରଟେଲ୍ ନିଜର ସର୍ବନିମ୍ନ ରିଚାର୍ଜ ପ୍ଲାନ୍ ୧୫୫କୁ ବୃଦ୍ଧି କରିଥିଲା । ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ପାଇଁ ଅତି କମରେ ୩ଟି ଟେଲିକମ୍ କଂପାନୀ ଦରକାର । ବିଏସଏନଏଲ ତୃତୀୟ ସ୍ଥାନରେ ଥିବା ବେଳେ ଭୋଡାଫୋନ୍ ଆଇଡିଆ ତା ପାଇଁ ସ୍ଥାନ ସୃଷ୍ଟି କରିବାକୁ ଯାଉଛିି । ଭୋଡାଫୋନ୍ ଆଇଡିଆ କଂପାନୀକୁ ୧୬ ହଜାର ୧୩୩ କୋଟି ଦେୟ ବଦଳରେ ସରକାର ୩୩.୪୪ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିଛନ୍ତି ।