ଭୁବନେଶ୍ୱର:- ଦୁର୍ଗା ପୂର୍ଜା ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି । ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ପାର୍କିଂ ନଥିଲେ ଭୁବନେଶ୍ୱରରେ ମୀନା ବଜାର ପଡ଼ିବନି ଏବଂ ମିଳିବନି ରାବଣ ପୋଡ଼ି ଅନୁମତି । ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ କୌଣସି ପୂଜା କମିଟି । ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ଆମ୍ବୁଲାନ୍ସ ରଖାଯିବ ।
ସେହିପରି କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ସୁ-ଉଚ୍ଚ ତୋରଣ । ଅନୁମତି ଦେଲେ ଓଡିଶା ହାଇକୋର୍ଟ । କଟକ ସହରରେ ୬ ଟି ସୁଉଚ୍ଚ ତୋରଣକୁ ଅନୁମତି ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ । ବାଦାମବାଡ଼ି, ଖାନନଗର, ଚାନ୍ଦିନୀଚୌକ, ମାଲଗୋଦାମ, ରାଣୀହାଟ, ଶିଖରପୁରରେ ହୋଇପାରିବ ଏହି ସୁ-ଉଚ୍ଚ ତୋରଣ । ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ତେବେ ଅନୁମତି ନେଇ ନିର୍ମାଣ କରିହେବ ତୋରଣ ବୋଲି ପୁଣି କହିଛନ୍ତି ଓଡିଶା ହାଇକୋର୍ଟ । କଟକ ସହର ସମସ୍ୟା ଶୁଣାଣି ସମୟରେ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ ।