ଆଜିଠୁ ବଦଳିବ ଏହି ନିୟମ ; ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ

ରିପୋଟର୍ସ ଟୁଡେ ବ୍ୟୁରୋ;-ଆଜିଠୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବର ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ୍ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ୍ ସମ୍ବନ୍ଧରେ ରହିଛି । କିଛି ନିୟମ ସାଧାରଣ ଲୋକଙ୍କସୁବିଧା ପାଇଁ ଥିବା ବେଳେ କିଛି ନିୟମ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ ।
ଆଜିଠୁ କଣ ବଦଳିବ ଜାଣନ୍ତୁ ;-
-ସୁନା ଭଳି ରୂପାର ହଲମାର୍କରୁ ବାଧ୍ୟତାମୂଳକୁ କରିବାକୁ ଯୋଜନା କରୁଛନ୍ତି ସରକାର
-ରୁପାର ଆଭୂଷଣ କିମ୍ବା ସାମଗ୍ରୀ କିଣିବା ଉପରେ ହଲମାର୍କ ବାଧ୍ୟତାମୂଳକ ହେବ ନାହିଁ
-ଏହି ନିୟମ ଆସିଲେ ରୂପାର ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇପାରେ ଏବଂ ରୂପାରେ ନିବେଶକୁ ପ୍ରଭାବିତ କରିପାରେ
-ଅଟୋ ଡେବିଟ୍ ବିଫଳ ହେଲେ ଏସବିଆଇ ପକ୍ଷରୁ ୨ ପ୍ରତିଶତ ଜରିମାନା ଲାଗୁ ହୋଇପାରେ
-ପ୍ରତିମାସ ଭଳି ଏଲପିଜି ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ
-ଅର୍ନ୍ତଜାତୀୟ ତେଲ ଦର ଉପରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ନିର୍ଭର କରେ
-ଗତମାସରେ ଏଲପିଜି ଗ୍ୟାସ୍ ଦର ସ୍ଥିର ରହିଥିଲା
-କିଛି ବ୍ୟାଙ୍କ ଏଟିଏମ୍ ବ୍ୟବହାରକୁ ନେଇ ନୂଆ ନିୟମ ଲାଗୁ କରିପାରନ୍ତି
-ନିର୍ଦ୍ଧାରିତ ସୀମା ଠାରୁ ଅଧିକଥର ଏଟିଏମରୁ ଟଙ୍କା ଉଠାଇଲେ ଅଧିକ ଟ୍ରାଞ୍ଜାକ୍ସନ ଶୁଳ୍କ ଦେବାକୁ ପଡିପାରେ
-ବାରମ୍ବାର ଏଟିଏମରୁ ଟଙ୍କା ଉଠାଉଥିବା ଗ୍ରାହକଙ୍କୁ ଲାଗିପାରେ ଝଟକା
-ମାଗଣାରେ ଆଧାରକାର୍ଡ ଅପଡେଟ୍ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ଯାଏଁ ରହିଛି
-ସମସ୍ତ ଡାକ ପୋଷ୍ଟ ଏବେ ସ୍ପିଡ ପୋଷ୍ଟ ଅଧିନକୁ ଆସିବ