ସାଲେପୁର: ବିଡିଓଙ୍କ ନାଁରେ ସାଂଘାତିକ ଅଭିଯୋଗ । ମୋତେ ବାଷ୍ଟାଡ କହିବାରୁ ମୁଁ ଭାରସାମ୍ୟ ହରାଇଲି, ତଳେ ପଡିଯଗଲି, ଏବଂ ମୋତେ ଷ୍ଟ୍ରୋକ୍ ହେଲା । ଏସବୁ ପାଇଁ ବିଡିଓ ରାଜୀବ ଦାଶ ଦାୟୀ । ଏଭଳି ଥାନାରେ ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ରୋଧପୁର ଗାଁର ସୁଶାନ୍ତ ଦାଶ । ଅଭିଯୋଗ ଅନୁଯାୟୀ ସାଲେପୁର ଶୁଶାନ୍ତ ଦାଶ ଦୀର୍ଘ ବର୍ଷ ହେବ ସାଲେପୁର ବ୍ଲକ୍ କାର୍ଯ୍ୟାଳୟ ରେ ନିଜ ର ଏକ ବୋଲେରୋ ଗାଡି ମାସିକ ଭଡା ସୂତ୍ର ରେ ଲଗାଇଥିଲେ।
ବିଡିଓ ରାଜୀବ ଦାଶ ବ୍ଲକ ଅଞ୍ଚଳର ବିଭିନ୍ନ ସରକରୀ କାର୍ଯ୍ୟକ୍ରମ ରେ ସେହି ବୁଲୋରୋ ଗାଡି କୁ ବ୍ୟବହାର କରିଥାନ୍ତି। କେତେବେଳେ ବୋଲେରୋ ଡ୍ରାଇଭର ନଥାଏ ଯଦି ବୋଲେରୋ ମାଲିକ ଶୁଶାନ୍ତ ନିଜେ ଗାଡ଼ି ଚଲାଇ ସରକାରୀ କାମରେ ସାହାଯ୍ୟ କରନ୍ତି। ହଠାତ୍ ଦିନେ ଭୋର୍ ୪ ଟା ୨୫ ମିନିଟ ରେ ବିଡ଼ିଓ ରାଜୀବ ଦାଶ ଗାଡ଼ି ମାଲିକ ଶୁଶାନ୍ତ ଙ୍କୁ ଫୋନ୍ କରିଥିଲେ, ହେଲେ ଦୁର୍ୟୋଗକୁ ଶୁଶାନ୍ତ ଫୋନ୍ ରିସିଭ୍ କରି ପାରିନଥିଲେ। ଫଳରେ ବିଡ଼ିଓ ମହାଶୟ ପରଦିନ ତାଙ୍କ କାର୍ଯ୍ୟାଳୟକୁ ଶୁଶାନ୍ତ ଙ୍କୁ ଡାକି ଅତୀ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଅପମାନିତ କରିବା ସହ କାର୍ଯ୍ୟଳୟରୁ ପିଅନ ଦ୍ଵାରା ବାହାରକୁ ବାହାର କରିଦେଇଥିଲେ।
ସେହି ଦିନଠାରୁ ବିଡ଼ିଓ ଙ୍କ ଆକ୍ରୋଷର ଶିକାର ହେଲେ ଶୁଶାନ୍ତ। ଏପରିକି ଗାଡି ର ମାସିକ ବିଲ୍ ବନ୍ଦ କରିବା, ଛୋଟ ଛୋଟ କଥାରେ ଶୁଶାନ୍ତ ଙ୍କୁ ବାରମ୍ବାର ଗାଳି ଗୁଲଜ ଧମକ ଦେବା ଫଳରେ ମାନସିକ ଭାରସାମ୍ୟ ହରାଇ ଦିନେ ଶୁଶାନ୍ତ ବ୍ଲକ କାର୍ଯ୍ୟଳୟରେ ମୁର୍ଚ୍ଛା ଯାଇ ହୃଦଘାତ୍ ର ଶିକାର ହୋଇଥିଲେ।ଏ ବାବଦରେ ଶୁଶାନ୍ତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ଶୁଶାନ୍ତ ମେଡିକାଲ ରୁ ଆସି ଘରେ ଶଯ୍ୟାଶାୟୀ ଅଛନ୍ତି। ଖନି ଖନି ହୋଇ କଥା କହୁଛନ୍ତି। ଫୋନ୍ ନ ଉଠାଇବା ରୁ ଫଳ ସ୍ୱରୂପ ତାଙ୍କୁ ଏପରି ମାନସିକ ଓ ଶାରିରୀକ ନିର୍ୟ୍ୟାତନା ବିଡ଼ିଓ ରାଜୀବ ଦାଶ ଦେଇ ଥିବାରୁ ସେ ନ୍ୟାୟ ମାଗୁଛନ୍ତି।ଏ ସମ୍ପର୍କରେ ବିଡିଓ ରାଜୀବ ଦାଶ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।