ଯୁବକଙ୍କ ମୃତଦେହ ଉଦ୍ଧାର

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ହିଞ୍ଜିଳିକାଟୁ ପୌରାଞ୍ଚଳ ବସ ଟର୍ମିନାଲ ନିକଟସ୍ଥ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପାଶ୍ୱର୍ରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ବୟସ ପ୍ରାୟ ୪୫ବର୍ଷ ହେବ ବୋଲି ପୁଲିସ ଅନୁମାନ କରିଛି । ମୃତକଙ୍କ ଗୋଡ଼ରେ କ୍ଷତ ଚିହ୍ନ ରହିଥିବା ବେଳେ ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଗତ କିଛି ଦିନ ଧରି ସ୍ଥାନୀୟ ପୌରାଂଚଳରେ ଘୁରି ବୁଲୁଥିବାର ଦେଖିବାକୁ ମିଳୁଥିଲା । ମଙ୍ଗଳବାର ସକାଳେ ସଂପୃକ୍ତ କଲ୍ୟାଣ ମଣ୍ଡପ ନିକଟରେ ଜଳଖିଆ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ଏ ନେଇ ହିଞ୍ଜିଳି ଥାନାରେ ନଂ-୩୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏଏସଆଇ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସୁତ୍ରରୁ ପ୍ରକାଶ ।