କୋକସରା: ସାପ କାମୁଡ଼ିବାରୁ ମହିଳା ମୃତ। ମୃତ ମହିଳା ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ପିପଲଝାପର ଗାଁର ରୁପାଲୀ ମାଝୀ । ଗତକାଲି ବିଳମ୍ବିତ ରାତିରେ ସେ ସୋଇଥିବା ବେଳେ ଏକ ନାଗ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ସଙ୍ଗେ ସଙ୍ଗେ ତାଙ୍କୁ କୋକସରା ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ମୃତ୍ୟୁ ପରେ ପରିବାର ତଥା ଗାଁରେ ଶୋକର ଛାୟା ଖେଳିଯାଇଛି ।