ଦେଓଗଡ– ଦେଓଗଡ ଜିଲ୍ଲା ଛତାବର ଅଞ୍ଚଳରେ ଘଟିଛିି ଏକ ଲୋମହର୍ଷଣକାରୀ ଘଟଣା ।ଅନେତିକ ସଂପର୍କ ପାଇଁ ପ୍ରଥମ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ୬ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲା ଗଳୀତ ଶରୀର । ମୃତ ଦିଲଦାର ସେଖ ପ୍ରେମ ବିବାହ କରିଥିଲେ । ଛତାବର ଗାଁର ରେବତୀ ମହାପାତ୍ର ଓରଫ ରୁବି । ପରେ ଗୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ରୁବି ଛତିିଶଗଡର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଏବେ ନିଜ ବାପ ଘର ଛତାବର ଗାଁରେ ରହୁଥିବାବେଳେ ଦିଲଦାର ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁୁଥିଲେ ।ଏଥିର ଅତିଷ୍ଟ ହୋଇ ରୁବି ଦିଲଦାରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ମନେ ମନେ ଯୋଜନା କରିଥିଲା ।
ଯୋଜନା ମୁତାବକ ଗତ ଗୁରବାର ଦିନ ରୁବି ଦିଲଦାରକୁ ଗ୍ରାମ ନିକଟସ୍ଥ ବଡଖୋଲ ଜଙ୍ଗଲକୁ ଡାକିଥିଲା । ସେଠାରେ ପହଂଚିବା ପରେ ରୁବି ଓ ଦିଲଦାର ମଦ୍ୟପାନ କରିଥିଲେ । ପରେ ରୁବି ସାଙ୍ଗରେ ନେଇଥିବା ଏକ କୁରାଢି ସାହାଯ୍ୟରେ ଦିଲଦାରର ବେକରେ ଚୋଟ ମାରିଥିଲା । ନିଶାସକ୍ତ ଦିଲଦାର କିଛି ବୁଝିବା ପୂର୍ବରୁ ସେଠାରେ ଟଳି ପଡିଥିଲା । ଘଟଣାର ୬ ଦିନ ପରେ ଜଙ୍ଗଲରେ ଅଜଣା ଗଳିତ ଶରୀର ଦୁର୍ଗନ୍ଧ ଯୋଗୁଁ ମହୁଲ ଗୋଟାଇବାକୁ ଯାଇଥିବା କେତେକ ଗ୍ରାମବାସୀ ଏନେଇ ରିଆମାଳ ଥାନା ପୁଲିସକୁ ସୂଚନା ଦେଇଥିଲେ । ପୋଲିସ ଶବକୁ ଉଦ୍ଧାର କରିବା ସହ ରୁବିଙ୍କୁ ଅଟକ ରଖି ପଚରାଉଚରା କରୁଛି ।