ବାଲେଶ୍ୱର: ପାଣି ଟାଙ୍କି କାନ୍ଥ ଭୁଶୁଡି ଛାତ୍ର ର ଚାଲିଗଲା ଜୀବନ । ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରସ୍ଥିତ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଘଟିଟି ଏଭଳି ଅଘଟଣ । ସ୍କୁଲ ପାଣି ଟାଙ୍କି କାନ୍ଥ ଭୁଣୁଡି ଜଣେ ଛାତ୍ରର ମୃତ୍ୟୁ ହୋଇଚି । ମୃତ ଛାତ୍ର ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ବାରଂଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ୧୦ ବର୍ଷର ପୁଅ ନାରାୟଣ ଟୁଡୁ ବୋଲି ଜଣାପାଡିଛି । ତେବେ ଗତ ୧୦ ଦିନ ତଳେ ନାରାୟଣ ସେହି ସ୍କୁଲରେ ନାଁ ଲେଖାଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ନାରାୟଣ ସ୍କୁଲ ହଷ୍ଟେଲରେ ରହୁଥିଲେ । ଆଜି ସକାଳେ ଜଳଖିଆ ଖାଇ ସାରି ହାତ ଧୋଇବାକୁ ଟାଙ୍କି ନିକଟରେ ଥିବା ଟ୍ୟାପ ପାଖକୁ ଯାଇଥିଲେ । ଏହି ସମୟରେ ପାଣି ଟାଙ୍କିର କାନ୍ଥ ତାଙ୍କ ଉପରେ ଭୁଶୁଡି ପଡିଥିଲା । ଫଳରେ ସେ ଚାପି ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।