ନୂଆଦିଲ୍ଲୀ: ସାପ ଏକ ବିଶାକ୍ତ ଜନ୍ତୁ । ଯାହାକୁ ଦେଖିବା ମାତ୍ରେ ସମସ୍ତେ ଭୟ କରିଥାନ୍ତ । ଆପଣ ମାନେ ସାପକୁ କେବଳ ବଣ ଜଙ୍ଗଲରେ ବା କୌଣସି ସର୍କସରେ ଦେଖିଥିବେ । କିନ୍ତୁ ଏହା ଛଡା କିଛି ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଘରେ ଯେପରି କୁକୁର ବା ବିଲେଇକୁ ପୋଷା କରି ରଖିଥାନ୍ତି ସେହିପରି ସାପକୁ ମଧ୍ୟ କିଛି ଲୋକ ପୋଷା କରି ରଖିବାକୁ ପସନ୍ଦ କରିଥାନ୍ତି । କଥାଟା ଅଜବ ଲାଗୁଥିଲେ ବି ସତ । ଏପରି କହିବାର କାରଣ ହେଉଛି କି କିଛିଦିନ ହେଲା ସୋସିଆଲ ମିଡିଆରେ କିଛି ଏହିପରି ଭିଡିଓ ଭାଇରାଲ ହେଉଛି । ସେହି ଭିଡିଓରେ ଗୋଟେ କୁନି ଝିଅ ସାପ ସହ ଖେଳୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।
https://www.instagram.com/reel/CagDugKDcH8/?utm_source=ig_web_button_share_sheet