ଜୁଲାଇ ୧୫ରୁ ଟ୍ରେନ ବାତିଲ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଲକଡାଉନ ଓ ସଟଡାଉନ କରୋନା ଦ୍ୱିତୀୟ ଲହର ଶୃଙ୍ଖଳ ଭାଙ୍ଗିବା ରେ ସକ୍ଷମ ହୋଇପାରିବା ପରେ । ରାଜ୍ୟ ସରକାର ରେଳ ଚଳାଚଳକୁ ବନ୍ଦ କରି କୋଭିଡର ଶୃଙ୍ଖଳ ଭାଙ୍ଗିବାକୁ ସାହାଯ୍ୟ କରିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି । ଜୁଲାଇ ୧୫ରୁ ଅଗଷ୍ଟ ପହିଲା ପର୍ୟ୍ୟନ୍ତ ୪ ରେଳ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ ଏବଂ କଟକ-ପାରାଦ୍ୱୀପ-କଟକ ଏବଂ କଟକ-ଭଦ୍ରକ-କଟକ ବାତିଲ ରହିବ। ଏ ମାସ ୧୫ରୁ ୧୯ ଯାଏଁ ଭୁବନେଶ୍ୱର- ବଲାଙ୍ଗୀର-ଭୁବନେଶ୍ୱର ଓ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ରେଳ ବାତିଲ ହେବ। ସପ୍ତାହର ଶେଷ ଶନିବାର ଓ ରବିବାର ୧୭ରୁ ଅଗଷ୍ଟ ପହିଲା ପର୍ୟ୍ୟନ୍ତ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ଏବଂ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବାତିଲ ରହିବ।

ଜୁଲାଇ ୨୪ରୁ ଅଗଷ୍ଟ ପହିଲା ପର୍ୟ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏବଂ ପୁରୀ-ଅନୁଗୋଳ ସ୍ୱତନ୍ତ୍ର ରେଳ ବାତିଲ ଓ ଆଂଶିକ ବାତିଲ କରାଯିବ। ଭୁବନେଶ୍ୱରରୁ ରାଜଧାନୀ ସ୍ୱତନ୍ତ୍ର ରେଳ, ବିଶାଖାପଟନମ-ରାୟପୁର-ବିଶାଖାପଟନମ, ବିଶାଖାପଟନମ-କିରାଣ୍ଡୁଲ-ବିଶାଖାପଟନମ, ବିଶାଖାପଟନମ-କାଚେଗୁଡା-ବିଶାଖାପଟନମ,ବିଶାଖାପଟନମ-କଡପା-ବିଶାଖାପଟନମ ଏବଂ ବିଶାଖାପଟନମ-ଲିଙ୍ଗମପଲ୍ଲୀ-ବିଶାଖାପଟନମ ରେଳ ଜୁଲାଇ ୧୫ରୁ ପରବର୍ତ୍ତୀ ପରାମର୍ଶ ପର୍ୟ୍ୟନ୍ତ ପ୍ରତିଦିନ ଚାଲବା ନେଇ ସରକାରଙ୍କ ତରଫରୁ ସୂୂଚନା ମିଳିଛି ।