ଲଗାଣ ବର୍ଷା ପ୍ରବାହ ଦାନା ପାଣି ଛଡାଇବା ସହ ଉଜୁଡ଼ାଇ ଦେଇଛି ସୁଖର ସଂସାର

ଦାନଗଦି: ଲଗାଣ ବର୍ଷା ପ୍ରବାହରୁ ଦାନଗଦି ବଜାର ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନର ସୁବିଧା ନଥିବାରୁ ରାସ୍ତା ମଝିରେ ନାଳ ପାଣି ଜମୁଛି ।ଏପଟେ ଦାନଗଦି ବ୍ଲକକୁ ସଂଯୋଗ କରୁଥିବା କେତେକ ଗାଁ ମଧ୍ୟ ଜଳବନ୍ଦୀ ଦେଖିବାକୁ ମିଳିଛି । ମାନଗୋବିନ୍ଦପୁରଠୁ ବେଙ୍ଗପାଟିଆ ଗ୍ରାମକୁ ସଂଯୋଗ କରିଥିବା ଏହି ପୋଲଟି ମଧ୍ୟ ଧସିଯିଇଛି । ଫଳରେ ଲୋକେ ଭୟଭୀତ ହୋଇ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ସେହିପରି ଦାନଗଦି ବ୍ଲକ ସାଳିଜଙ୍ଗା ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମର ସନାତନ ପେରାଇଙ୍କ ଘର ସଂପୂର୍ଣ୍ଣ ଭାବେ ଧସିଯାଇଛି । କିନ୍ତୁ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇ ପାଖ ପଡିଶା ଘରେ ଆଶ୍ରୟ ନେଉଛନ୍ତି । ଏପରି ଭାବେ ବର୍ଷାର ତାଣ୍ଡବରେ ଲୋକେ ଭୟଭୀତ ହେବାସହ ଚାଷୀକୁଳ ଅନ୍ଧାର ହେବାକୁ ବସିଲାଣି ।