ଭାସିଗଲା ଅସ୍ଥାୟୀ ପୋଲ, ତିନି ଖଣ୍ଡ ଗ୍ରାମବାସୀଙ୍କ ଯୋଗାଯୋଗ ବିଚ୍ଛିନ୍ନ

ମୋହନା : ସାରା ରାଜ୍ୟରେ ଲାଗି ରହିଛି ବର୍ଷାର ପ୍ରଭାବ ।ଏହି ଲଗାଣ ବର୍ଷାରେ ଜିବନ ଅସ୍ତବ୍ୟସ୍ତ ଓ ଅନେକ କ୍ଷୟକ୍ଷତି ଦେଖାଦେଉଛି । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ବନ୍ଧାଗୁଡା ଗାଁ ନିକଟରେ ଥିବା ହରଭଙ୍ଗୀ ନଦୀରେ ଜଳସ୍ତର ବଢିବାକୁ ଲାଗିଛି । ଯାହା ଫଳରେ ଭାସିଯାଇଛି ଏକ ଅସ୍ତାୟୀ ପୋଲ । ପୋଲଟି ଭାସିଜିବା କାରଣରୁ ପୋଲ ଉପରେ ନିର୍ଭର କରୁଥିବା ୩ ଖଣ୍ଡ ଗାଁ ସହ ଯୋଗାଯୋଗ ବଚ୍ଛିନ୍ନ ହୋଇଯାଇଛି । ପୋଲ ଭାଙ୍ଗିବା ପରେ ଗାଁ ଲୋକ ଆତଙ୍କିତ ଅବସ୍ତାରେ ଅଛନ୍ତି ।

ସୂଚନା ମୁତାବକ , ହରଭଙ୍ଗା ନଦୀ ଉପରେ ସେମିତି କିଛି କଂକ୍ରିଡ ପୋଲ ନଥିଲା ଯାତାୟତରେ ଅସୁବିଧା ହେତୁ ଗ୍ରାମବାସୀ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ ।ତିନିଖଣ୍ଡ ଗ୍ରାମବାସୀ ଏହି ପୋଲ ଉପରେ ନିର୍ଭର କରୁଥଲେ । କିନ୍ତୁ ଲଗାଣ ବର୍ଷାରେ ଏହି ପୋଲଟି ଧୋଇ ହୋଇଯାଇଥିବାରୁ ଗାଁ ଲୋକ ଏବେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏବେ ଲୋକେ ଏକ ଶୁଖିଲା କାଠଖଣ୍ଡ ଦେଇପାର ହୋଇଥିବା ବେଳେ ଆଉକେହି ବିପଦ ସଙ୍କୁଳ ଅବସ୍ଥାରେ ଭରା ନଦୀ ପାର ହୋଇ ଆସୁଛନ୍ତି । ନଦୀ ଆରପାରିରେ ଲିମ୍ବଡ, ମାଥାକୁପା, ବିଯାପୁର ଭଳିଅନେକ ଗାଁ ରହିଛି । ଅତିଶୀଘ୍ର ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଲୋକେ।