ରାଜ୍ୟ ସ୍ତରୀୟ ଇଜତମା ନିମନ୍ତେ ଶାନ୍ତି କମିଟି ବୈଠକ…

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ରାଜ୍ୟ ସ୍ତରୀୟ ଇଜତମା ଧର୍ମ ସମ୍ମିଳନୀ ଆଗାମୀ ଜାନୁୟାରୀ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି । ଏହି ଧର୍ମ ସମ୍ମିଳନୀ କିଭଳି ଭାବେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଏକ ଶାନ୍ତି କମିଟି ବୈଠକ ଆଳି ବହୁମୁଖୀ ଆଶ୍ରୟ ସ୍ଥଳୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଳି ବିଡ଼ିଓ, ପଞ୍ଚାୟତ ସମିତି ଅଧକ୍ଷ, ଜିଲ୍ଲା ପରିଷଦ ଉପାଧକ୍ଷ, ସରପଞ୍ଚ, ଆଇନଜୀବୀ ଙ୍କ ସହ ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ଓ ଶାନ୍ତି ଶୃଙ୍ଖଳା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ କିଭଳି ଭାବେ ଭାଇ ଚାରା ମଧ୍ୟରେ ସମାପନ ହେବ ସେ ଦିଗରେ ସମସ୍ତେ ସହଯୋଗ କରିବା ନିମନ୍ତେ ସହମତି ପ୍ରକାଶ ପାଇଥିଲା ।