କରୋନା ମାଡରେ ତହସିଲ ବନ୍ଦ

ଭୋଗରାଇ: ମାଡୁଛି କରୋନା, ବ୍ୟାପୁଛି ସଂକ୍ରମଣ । ରାଜ୍ୟରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବାଲେଶ୍ୱର ଜିଲ୍ଳାରେ ମଧ୍ୟ କରୋନାର କଳାନଜର ପଡିଛି । ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ବନ୍ଦ ହୋଇଛି ତହସିଲ ଅଫିସ ।
ସୂଚନା ଅନୁସାରେ, ବାଲେଶ୍ୱର ଭୋଗରାଇ ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କ ସମେତ ୧୧ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ତହସିଲ ପରିସରରେ ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟର ୨ ଜଣ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ବୋଲି ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଏଥିସହିତ ନିୟମିତ ଔଷଧ ଏବଂ ଡାକ୍ତରୀ ପରାମର୍ଶ ଦିଆଯାଇଛି ।