ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରିଷ୍ମ ପ୍ରବାହ । ତାତି ସାଙ୍ଗକୁ ଗୁରୁଗୁଳିରେ ଛଟପଟ ହେଉଛି ଓଡିଶା । ଗ୍ରିଷ୍ମ ପ୍ରବାହକୁଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆଜି ଓ କାଲି ଦୁଇଦିନ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ସମେତ ଅଙ୍ଗନବାଡ଼ି ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ସମୟରେ ଖରାର ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୨ରୁ ୧୬ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦ ଥିଲା । ୧୭ ତାରିଖରୁ ପୁଣି ଥରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରବଳ ଗ୍ରିଷ୍ମ ପ୍ରବାହ ଯୋଗୁ ପୁଣି ଥରେ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।