ବିଜୁ ଆଦର୍ଶ କଲୋନୀର ଏକ ହଜାରରୁ ଊର୍ଦ୍ଧ ଲୋକ ନିଜ ପାରିବାର ସହ ମାଗଣାରେ ପ୍ରବେଶ କରି ଡ଼ଟ୍ ଫେଷ୍ଟ୍ ର ଭରପୁର ମଜା ନେଇଛନ୍ତି
ଭୁବନେଶ୍ୱର : ଡ଼ଟଫେଷ୍ଟ୍ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଉପଭୋଗ କଲେ ବସ୍ତି ବାସିନ୍ଦା । ବିଜୁ ଆଦର୍ଶ କଲୋନୀର ପାଖାପାଖି ଏକ ହଜାରରୁ ଊର୍ଦ୍ଧ ଲୋକ ନିଜ ପାରିବାର ସହ ମାଗଣାରେ ପ୍ରବେଶ କରି ଡ଼ଟ୍ ଫେଷ୍ଟ୍ ର ଭରପୁର ମଜା ନେଇଛନ୍ତି। ଏହି ବିଜୁ ଆଦର୍ଶ କଲୋନୀବାସୀ ଙ୍କ ଗହଣରେ ବିଏମସି ମେୟର ସୁଲୋଚନା ଦାସ, ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ଙ୍କ ସମେତ ବିଭିନ୍ନ ୱlର୍ଡ଼ର କର୍ପୋରେଟର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଦେଖିଥିଲେ।ବସ୍ତି ବାସିନ୍ଦାଙ୍କ ସହ ବିଏମସି ଡଟ୍ ଫେଷ୍ଟରେ ସାମିଲ ହେବା ଦ୍ୱାରା ସବୁ ଲୋକାଙ୍କୁ ନେଇ ଆଗକୁ ବଢିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଲୋକଙ୍କୁ ସିଧାସଳଖ ସାମିଲ କରିବାକୁ ବିଏମସି ର ଏଭଳି ପ୍ରୟାସ କରୁଥିବାର ମେୟର କହିଛନ୍ତି। ଭୁବନେଶ୍ଵରରେ ଏତେ ବଡ଼ କାର୍ଯ୍ୟକ୍ରମରେ ବିଏମସି ର ଏଭଳି ନିଆରା ପ୍ରାୟାସ ରେ ସାମିଲ ହୋଇ ବସ୍ତି ବାସିନ୍ଦା ମଧ୍ୟ ଖୁସି ଅଛନ୍ତି।