ସାଲେପୁର : ଶାଢୀ ଟାଣୀ ମାଡ ଓ ଅଶ୍ଳୀଳ ଗାଳି । ପୂର୍ବତନ ସରପଞ୍ଚଙ୍କ ନାଁ ରେ ସାଘାଂତିକ ଅଭିଯୋଗ। ଏକା ଦେଖି ମହିଳାଙ୍କୁ କରୁଛନ୍ତି ଅଶ୍ଳୀଳ ବ୍ୟବହାର। ଶାଢ଼ୀ ଟାଣିବା ସହ ଜୀବନରୁ ମାରିଦେବାକୁ ଧମକ । ନ୍ୟାୟ ପାଇଁ ଥାନାରେ ପହଁଚିଲେ ମହିଳା । ଦର୍ଶକବନ୍ଧୁ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି ସମାଜ । କିଏ କାହାକୁ ହାଣି ଦେଉଛି ତ କିଏ କାହାକୁ ମାରିବାକୁ ଧମକ ଦେଉଛି । ବିଶେଷ କରି ମାହାଙ୍ଗା ଏବେ ଅପରାଧାର ପେଢ଼ୀ ପାଲୋଟିଛି । ନିକଟରେ ଶିବ ଘଟଣା ମନରୁ ଯାଇନଥିବା ବେଳେ ଏବେପୁଣି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି ।
ଏ ଘଟଣା ହେଉଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁ ର ।ମହିଳା ଜଣଙ୍କ ହେଉଛନ୍ତି ୪ ନମ୍ବର ମହିଳା ଓ୍ୟାର୍ଡ ସଭ୍ୟା ଡଲି ବେହେରା । ମହିଳାଙ୍କ କହିବା ଅନୁଯାୟୀ ପୂର୍ବତନ ସଂରପଂଚ ରୁଦ୍ର ସିଂ କୁଆଡ଼େ ରାସ୍ଥାରେ ତାକୁ ଅଟକାଇ ଅଶ୍ଳୀଳ ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । କିଛି ଲୋକ ତାଙ୍କୁ ସେଠି ଉଦ୍ଧାର କରିଛନ୍ତି । ଏଘଟଣା ପରେ ମହିଳା ଜଣଙ୍କ ମାହାଙ୍ଗା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପୂର୍ବତନ ସଂରପଂଚ ରୁଦ୍ର ସିଂ ।
ଏବାବଦରେ ତାଙ୍କୁ ପଚାରିବାରୁ ସେ କହିଛନ୍ତି,ଯେ ରାଜନୈତିକ ଶତ୍ରୁତା କାରଣରୁ ମହିଳା ଜଣଙ୍କ ଏ ଭଳି ଅଭିଯୋଗ କରିଛନ୍ତି ଯାହାର କି କୈାଣସି ସତ୍ୟତା ନାହିଁ। ଆଉ ପୋଲିସ ର ତଦନ୍ତ କୁ ସେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।ଏ ଘଟଣାର ତଦନ୍ତ ଏବେ ମାହାଙ୍ଗା ଥାନା ପୋଲିସ କରୁଛି । ଯଦି ଆଗାମୀ ଦିନରେ ଠିକ ତଦନ୍ତ କରି ନ୍ୟାୟ ନମିଳେ ତେବେ ଆତ୍ମହତ୍ୟା କରିବେ ବୋଲି ଧମକ ଦେିଛନ୍ତି ଡ଼ଲି ବେହେରା ।