ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ପରେ ଏବେ ରୋଷେଇ ଗ୍ୟାସର ପାଳି । ତେଲ ଦର ଲୋକଙ୍କୁ ଦରମରା କରୁଥିବା ବେଲେ ଏବେ ମାରୁଛି ରନ୍ଧନ ଗ୍ୟାସ ଦର । ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ ୨ ହଜାର ଟଙ୍କା ୫୦ ପଇସା ହୋଇଛି । ପୂର୍ବରୁ ଏହା ୧୭ ଶହ ୩୪ଟଙ୍କା ଥିଲା । ଭୁବନେଶ୍ବରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୭୦ ଟଙ୍କା ବୃଦ୍ଧି ହୋଇଛି । ୨୧ଶହ ଟଙ୍କା ହୋଇଛି ବର୍ଦ୍ଧିତ ଦର । ଆଗରୁ ଏହା ୧୮ ଶହ ୩୦ ଟଙ୍କା ଥିଲା । ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ଏହାପୂର୍ବରୁ, ଅକ୍ଟୋବର ୬ ତରିଖରେ ସବସିଡିଯୁକ୍ତ ଗ୍ୟାସ ସମେତ ସମସ୍ତ ବର୍ଗରେ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ, ଅକ୍ଟୋବର ୧ ରେ ସବସିଡିଯୁକ୍ତ ଏବଂ ଅଣ ସବସିଡିଯୁକ୍ତ ଏଲପିଜି ହାର ୨୫ ବୃଦ୍ଧି କରାଯାଇଥିଲା। ସରକାରୀ ନୀତିରେ ସବସିଡିଯୁକ୍ତ କିମ୍ବା ବଜାର ହାରରେ ପ୍ରତ୍ୟେକ ପରିବାର ପାଇଁ ୧୪.୨ କିଲୋଗ୍ରାମର ୧୨ ଟି ସିଲିଣ୍ଡର ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହା ଉପରେ ଯେକୌଣସି ପରିମାଣ ବଜାର ମୂଲ୍ୟ କିମ୍ବା ସବସିଡିଯୁକ୍ତ ହାରରେ କିଣିବାକୁ ପଡିବ ।