ଆସନ୍ତା ବର୍ଷ ଅର୍ଥାତ ୨୦୨୬ରେ ଦେଶରେ ଆରମ୍ଭ ହେବ ଜନଗଣନା । ପ୍ରଥମେ ତୁଷାରପାତ ହେଉଥିବା ଅଞ୍ଚଳରୁ ଜନଗଣନା କରାଯିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । 2026 ଅକ୍ଟୋବର 1 ଲଦାଖ ଭଳି ତୁଷାରପାତ ଅଞ୍ଚଳରେ ଓ 2027 ମାର୍ଚ୍ଚ 1 ରେ ଦେଶର ଅନ୍ୟାନ୍ୟ ସ୍ଥାନରେ ଜନଗଣନା କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ବିଜ୍ଞପ୍ତିରେ କୁହାଯାଇଚି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ରାଜ୍ୟର ତୁଷାରପାତିତ ଅଣ-ସଙ୍କେତିକ ଅଞ୍ଚଳରେ ଅକ୍ଟୋବର 1 2026 ରାତି 12ଟାରୁ ଜନଗଣନା ହେବ । ଅନ୍ୟ ରାଜ୍ୟ ଗୁଡିକରେ 1 ମାର୍ଚ୍ଚ, 2027ରାତି 12ଟାରୁ ଜନଗଣନା ଆରମ୍ଭ ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହିତ 16ତମ ଜନଗଣନା ପାଇଁ ପ୍ରସ୍ତୁତି ସମୀକ୍ଷା କରିଥିଲେ ।
ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଘର ତାଲିକାକରଣ କାର୍ଯ୍ୟ (HLO) ପ୍ରତ୍ୟେକ ପରିବାରର ବାସସ୍ଥାନ ଅବସ୍ଥା, ସମ୍ପତ୍ତି ଏବଂ ସୁବିଧା ଡାଟା ସଂଗ୍ରହ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା (PE) ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ପ୍ରଥମ ଥର ଜନଗଣନାରେ ଜାତି ଗଣନା ମଧ୍ୟ କରାଯିବ। ଜନଗଣନାରେ ପ୍ରାୟ 34 ଲକ୍ଷ ଗଣନାକାରୀ, ପର୍ଯ୍ୟବେକ୍ଷକ ଏବଂ ପ୍ରାୟ 1.3 ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ। ଯଦି ସ୍ବାଧୀନତା ପୂର୍ବରୁ ଦେଖାଯାଏ ତେବେ ଏହା 16 ତମ ଏବଂ ସ୍ୱାଧୀନତା ପରଠାରୁ 8 ତମ ଜନଗଣନା ହେବାକୁ ଯାଉଛି। ପରବର୍ତ୍ତୀ ଜନଗଣନା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଲୋକମାନଙ୍କୁ ସ୍ୱ-ଗଣନାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ।