ରାସନ ଡିଲରମାନଙ୍କ ତୀବ୍ର ଆନ୍ଦୋଳନ। ଦାବି ପୂରଣ ହେଉନଥିବାରୁ ବିହାର ପାଟନାରେ ତାତିଲେ ରାସନ ଡିଲର। ବିକ୍ଷୋଭ ସହ ବ୍ୟାରିକେଡ ଭାଙ୍ଗିଛନ୍ତି । ରାସ୍ତା ଅବରୋଧ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ ଦେଇଛନ୍ତି । ଏପଟେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଲାଠିମାଡ଼ ସହ ପାଣିମାଡ କରାଯାଇଛି । ମାଡରେ କିଛି କର୍ମୀ ଆହତ ହୋଇଥିବା ବି ସୂଚନା ମିଳିଛି। ଆନ୍ଦୋଳନ ପରେ ସେଠାରେ ପୋଲିସ ମୁତୟନ କରାଯାଇଛି। ଦୀର୍ଘ ଦିନ ଧରି ଡିଲରମାନେ ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରୁଥିଲେ ବି ସରକାର ଏହାକୁ ଲାଗୁ କରୁନଥିବା ଅଭିଯୋଗ ହୋଇଛି।