ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ର ମୌସୁମୀ ଅଧିବେଶନ । ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏହି ଅଧିବେଶନ ଚାଲୁଛି । ଅକ୍ଟବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ଏହି ଅଧିବେଶନ । ଏଥିରେ ପ୍ରଥମ ମହିଳା ବାଚସ୍ୱତିଙ୍କ ନେତୃତ୍ୱରେ ଶାସକ ଦଳ ରଣ ନୀତି ଓ ବିରୋଧିଙ୍କ ଆଭିମୁଖ୍ୟ ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ବିଧାନସଭା ଆରମ୍ଭରୁ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର, ଆସୀନ ସଦସ୍ୟ ଓ ପୂର୍ବତନ ବାଚସ୍ପତି, ସ୍ବର୍ଗତ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ ସ୍ବର୍ଗତ ରମେଶ ସୋରେନ, ପୂର୍ବତନ ସଦସ୍ୟ ସ୍ବର୍ଗତ ନିବେଦିତା ପ୍ରଧାନ, ପୂର୍ବତନ ସଦସ୍ୟା ସ୍ବର୍ଗତ କୁମର ବେହେରା, ପୂର୍ବତନ ସଦସ୍ୟ ସ୍ବର୍ଗତ ଦେବାଶିଷ ବିଶ୍ବାଳ, ପୂର୍ବତନ ଲାନସ ନାଏକ, ୪୯ ରାଷ୍ଟ୍ରୀୟ ରାଇଫଲ ସ୍ବର୍ଗତ ସୁଶାନ୍ତ କୁମାର ଖୁଣ୍ଟିଆ, ପୂର୍ବତନ କନେଷ୍ଟବଳ (ଜି.ଡି.), ୬୦ ସି.ଆର.ପି.ଏଫ୍. ବାଟାଲିନ୍ ସ୍ବର୍ଗତ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ କନେଷ୍ଟବଳ, ଓଡିଶା ପୋଲିସ ସମସ୍ତ ଦିବଙ୍ଗତ ସଦସ୍ୟ ଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ । ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ଗତକାଲି ପ୍ରମିଳା ମଲ୍ଲିକ ବାଚସ୍ପତି ପଦପାଇଁ ନାମାଙ୍କନ ଭରିଥିଲେ ।