ସୁନ୍ଦରତା ପାଇଁ ସାବୁନକୁ ଚୋବାଇ ଚୋବାଇ ଖାଇଲେ ବ୍ୟକ୍ତି

(ଭାଇରାଲ): ଭିତରୁ ସୁନ୍ଦର ହେବା ପାଇଁ ଖତରନାକ ପ୍ରୟାସ, ସାବୁନକୁ ଚୋବେଇ ଚୋବେଇ ଖାଇଲେ ବ୍ୟକ୍ତି । ଦର୍ଶକ ବନ୍ଧୁ ଆପଣ ଏ କଥା ତ ନିଶ୍ଚିତ ଶୁଣିଥିବେ ଯେ, ମଣିଷର ଅସଲି ସୁନ୍ଦରତା ତା ଭିତରେ ହିଁ ଥାଏ । ବାହାରୁ ମଣିଷ କେତେ ବି ସୁନ୍ଦର ହୋଇଥାଉ ନା କାହିଁକି ଯଦି ତାର ମନ ସୁନ୍ଦର ନ ଥିବ ତେବେ ତାର କୌଣସି ଫାଇଦା ନାହିଁ । ଏହାର ଅର୍ଥହେଉଛି ଯେ, ଆପଣ ବାହାରୁ ଯେମିତି ହୋଇଥାନ୍ତୁ ନା କାହିଁକି, ନିଜ ପ୍ରକୃତି କିନ୍ତୁ ସବୁ ବେଳେ ସଫା ରଖିବା ଉଚିତ । ଆଉ ଅନ୍ୟ ପ୍ରତି ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବା ରଖିବା ଉଚିତ । କିନ୍ତୁ ଜଣେ ବ୍ୟକ୍ତି ହୁଏତ ଭିତରୁ ସୁନ୍ଦର ହେବାର ଅର୍ଥକୁ ଭୁଲ ବୁଝି ନେଇଛନ୍ତି । ଯାହାର ପରିଣାମରେ ଦେଖିବାକୁ ମିଳିଛି ଏକ ଅଜବ ଆଉ ଭୟଙ୍କର ଚିତ୍ର ।

ବ୍ୟକ୍ତି ଜଣଙ୍କ ଭିତରୁ ସୁନ୍ଦର ହେବା ଲାଗି ଖାଉଛନ୍ତି ଡୋଭ ସାବୁନ  । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତିଙ୍କ ସାମ୍ନାରେ ଥିଲା ବହୁତ ଗୁଡିଏ ସାବୁନ  । ତେବେ ସେହି ସାବୁନକୁ ଗୋଟିଏ ପରେ ଗୋଟିଏ ଖୋଳ ଭିତରୁ ବାହାର କରି ବ୍ୟକ୍ତି ଜଣଙ୍କ ଯେମିତି ମୂଳା ଗାଜର ଭଳି ଚୋବାଉଥିଲେ । କେବଳ ସାବୁନ ଖାଉ ନ ଥିଲେ ବରଂ ସେଥିରୁ ବାହାରୁଥିବା ଫେଣକୁ ବି ଜୁସ ଭଳି ପିଇଦେଉଥିଲେ । ତେବେ ପୋଷ୍ଟ କରାଯାଇଥିବା ଏହି ଭିଡିଓର କ୍ୟାପସନରେ ଲେଖାଥିଲା ଯେ, ଅନ୍ଦର ସେ ଖୁବସୁରତ ହୋନେ କି କୋସିସ । ତେବେ ଲୋକ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି । ହେଲେ ଏହି ବ୍ୟକ୍ତିଙ୍କ ଏଭଳି ଅଭିନବ ପ୍ରୟାସ ୟୁଜର୍ସଙ୍କ ହୋସ ଉଡାଇ ଦେଇଛି ।