ଭୁବନେଶ୍ୱର: ଚଳିତ ଓଡିଶା ଲୋକସଭା ନିର୍ବାଚନ ପାଇଁ ଓଡିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ କନ୍ଧମାଳ, କଟକ ଓ ଯାଜପୁର ଆଦି ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିିଁ । ଘୋଷଣା ହୋଇଥିବା ୧୮ ଜଣ ପ୍ରାର୍ଥୀ ତାଲଇକାରେ ୪ ଜଣ ସାଂସଦଙ୍କୁ ବାଦ ଦିଆଯାଇଛି । ଏଥରେ ବିଶେଶ୍ୱର ଟୁଡୁ ମନ୍ତ୍ରୀ ଥିଲେ । ସେମାନେ ହେଲେ ବରଗଡରେ ସୁରେଶ ପୁଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ, ସମ୍ବଲପୁରରେ ନୀତିଶ ଗଙ୍ଗଦେବଙ୍କ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଆଯାଇଥିବା ବେଳେ ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁଙ୍କ ସ୍ଥାନରେ ନବଚରଣ ମାଝୀଙ୍କୁ ଦିଆଯାଇଛି । ତେବେ ବିଜେପି ଏଥର ବର୍ତ୍ତମାନର ସାଂସଦଙ୍କ ସ୍ଥାନରେ ଏହି ୪ ନୂଆ ମୁହଁ ପ୍ରର୍ଥେୀ ଭାବେ ଘୋଷଣା କରିଛି । ତେବେ ୧୮ ଜଣ ଘୋଷିତ ପ୍ରାର୍ଥୀ ତାଲିକାରେ ୪ଜଣ ମହିଳା ଥିବା ବେଳେ ୬ଟି ଆସନରେ ପ୍ରାର୍ଥୀ ବଦଳିଥିବା ଦେଖାଯାଇଛି । ତେବେ ୧୮ ଜଗ ପ୍ରାର୍ଥୀ ହେଉଛନ୍ତିସମ୍ବଲପୁରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରରୁ ଲଢ଼ିବେ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ବର-ଅପରାଜିତା ପ୍ରଧାନ, ବରଗଡ଼-ପ୍ରଦୀପ ପୁରୋହିତ, ଜଗତସିଂହପୁର-ବିଭୁପ୍ରସାଦ ତରାଇ, କୋରାପୁଟ-କାଲେରାମ ମାଝୀ, କେନ୍ଦ୍ରାପଡା-ବୈଜୟନ୍ତ ପଣ୍ଡା, ଆସ୍କା-ଅନୀତା ଶୁଭଦର୍ଶିନୀ, କଳାହାଣ୍ଡି-ମାଳବିକା କେଶରୀ ଦେବ, ପୁରୀ-ସମ୍ବିତ ପାତ୍ର, ବଲାଙ୍ଗିର-ସଂଗୀତା ସିଂହଦେଓ, ନବରଙ୍ଗପୁର-ବଳଭଦ୍ର ମାଝୀ, ଭଦ୍ରକ-ଅଭିମନ୍ୟୁ ସେଠୀ, ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ-ନବ ଚରଣ ମାଝୀ, ବାଲେଶ୍ବର-ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼-ଜୁଏଲ ଓରାମ, କେନ୍ଦୁଝର-ଅନନ୍ତ ନାଏକ ବୋଲି ଜଣାପଡିଛି ।