ଭେଜାଲ ମଦ : ଅପମିଶ୍ରିତ ମଦ ପିଇ ଚାଲିଗଲା ଦୁଇଜଣଙ୍କ ଜୀବନ

ଭୁବନେଶ୍ୱର : ବ୍ରହ୍ମପୁର ଚିକିଟି ଥାନା ଅଧୀନ ଅପମିଶ୍ରିତ ମଦ ପିଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅବକାରୀ ବିଭାଗର ଚେତା ଏବେ ପଶିଛି। ଦୁଇଜଣଙ୍କ ମୃତ୍ୟୁ ପରେ ଅବକାରୀ ବିଭାଗର ନିଦ ଭାଙ୍ଗିଲା ।ସମସ୍ତ ଜିଲ୍ଲା ଅବକାରୀ ଅଧିକ୍ଷକ ମାନଙ୍କୁ ଅବକାରୀ କମିଶନରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ବେଆଇନ ମଦ ବିକିବା ଓ ରାନ୍ଧିବା ଉପରେ 7 ଦିନ ଧରି ରେଡ କରିବ ଅବକାରୀ ବିଭାଗ । ପ୍ରଥମ ଦିନରେ ଗତକାଲି ସନ୍ଧ୍ୟା ରୁ ଆଜି ସକାଳ ପର୍ଯ୍ୟନ୍ତ 203ଟି କେସ ରୁଜୁ ହୋଇଛି, ଯେଉଁଥିରେ 117 ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଧିକାଂଶ ବ୍ୟକ୍ତିଙ୍କ ନାଁରେ ପୂର୍ବରୁ ଏକାଧିକ ନାଁରେ ଅଭିଯୋଗ ହୋଇଛି । ରେଡ ବେଳେ ୧୦୦୦୦ ପୋଚ ନଷ୍ଟ କରାଯାଇଛି। ୧୦୩୮୦ ଲିଟର ମଦ ଜବତ କରାଯାଇଛି। 11ଟି ଗାଡି ମଧ୍ୟ ଜବତ ହୋଇଛି । ସେହି ଲିଙ୍କରେ ଭରତପୁର ଅଞ୍ଚଳରେ ରବୀନ୍ଦ୍ର ପରିଡା ଘର ଭଡା ନେଇ ମଦ ପ୍ରସ୍ତୁତ କରୁଥିଲେ । ରବୀନ୍ଦ୍ରକୁ ବ୍ରହ୍ମପୁର ଦୁଇଜଣ ମାଫିଆ ସାହାଯ୍ୟ କରୁଥିଲେ। ସେଇ ଦୁଇଜଣଙ୍କୁ ଖୋଜୁଛି ଅବକାରୀ ବିଭାଗ। ବିଭିନ୍ନ ଜିଲ୍ଲାରେ ରେଡ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ, ଚିକିଟି ମଦ ମୃତ୍ୟୁ ଘଟଣା ରେ ଦୁଇଜଣଙ୍କ ମୃତୁ ହୋଇଛନ୍ତି ।