ପାକିସ୍ତାନ ଉପରେ ପଡିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ।

ଜଳୁଛି ମଧ୍ୟପ୍ରାଚ୍ୟ । ଯାହା ଫଳସ୍ୱରୁପ ଅଧିକାଂଶ ଦେଶକୁ ଏବେଠାରୁ ଘାରିଲାଣି ତେଲ ସଙ୍କଟ । ଇରାନ୍ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଦିନକୁ ଦିନ ନେଉଛି ଭୟଙ୍କର ରୂପ । ତେବେ ଏହି ଯୁଦ୍ଧ ପାକିସ୍ତାନ ପାଇଁ ପାଲଟିଛି ବଡ଼ ବିପର୍ଯ୍ୟୟ । ଯାହାର ଫଳସ୍ୱରୁପ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଓ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି ।

Weddings, trade, and fuel: How the Iran-Israel war is affecting border  communities in Balochistan - Pakistan - DAWN.COM

ଏମିତିକି ତେଲ ଅଭାବବରୁ ସରକାର ଦୁଇ ସପ୍ତାହ ପାଇଁ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ତେବେ ସରିଫ୍‌ଙ୍କ ଏହି ନିଷ୍ପତ୍ତିକୁ କଠୋର ବୋଲି କହିଛନ୍ତି ପାକିସ୍ତାନବାସୀ । ଏହି ଲକ୍‌ଡାଉନ୍ ପ୍ରଭାବ ବ୍ୟାଙ୍କ ବ୍ୟତୀତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ପଡିଛି ଯେଉଁଥିପାଇଁ ସପ୍ତାହରେ କେବଳ ଚାରି ଦିନ କାମ କରିବ କୁହାଯାଇଛି । ଏମିତିକି ଅଧା କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲଗୁଡ଼ିକୁ ଦୁଇ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଦୁଇ ସପ୍ତାହ ପରେ, ଅନଲାଇନ୍‌ରେ କ୍ଲାସ୍ କରାଯିବ।ଆମ୍ବୁଲାନ୍ସ ବ୍ୟତୀତ ସରକାରୀ ଯାନବାହାନ ପାଇଁ ଇନ୍ଧନ ଭତ୍ତା ଆଗାମୀ ଦୁଇ ମାସ ପାଇଁ ୫୦ ପ୍ରତିଶତ ହ୍ରାସ କରାଯାଇଛି । ବୈଠକରେ ସରକାରୀ କର୍ମଚାରୀଙ୍କ ଦରମା ଦୁଇ ମାସ ପାଇଁ ୨୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି