ନବରଙ୍ଗପୁର;ସ୍ତ୍ରୀକୁ ମାରି ବକ୍ସ ଖଟରେ ରଖିଥିଲା ସ୍ୱାମୀ । ଘରୁ ଦୁର୍ଗନ୍ଧ ବାହାରିବା ପରେ ସାମ୍ନାକୁ ଆସିଥିଲା ହତ୍ୟାକାଣ୍ଡର ସତ । ସ୍ତ୍ରୀକୁ ମାରି ସାରିବା ପରେ ଖଟରେ ପୁରାଇ ଚାଲିଯାଇଥିଲା ନୃଶଂସ ସ୍ୱାମୀ ଦୁଷ୍ମନ୍ତ ନାୟକ । ତେବେ ଏହି ଘଟଣା ଚାରିଆଡେ ପ୍ରଘଟ ହେବାପରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ହଳଦି ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ପଡୋଶୀ ଖବର ଦେବାପରେ ପୋଲିସ ପହଞ୍ଚି ତାଲା ଭାଙ୍ଗି ଶବକୁ ଉଦ୍ଧାର କରିଛି । ତେବେ ହତ୍ୟା ପ୍ରାୟ ୨ରୁ ୩ ଦିନ ମଧ୍ୟରେ ହୋଇଥିବା ସନ୍ଦେହ କରାଯାଉଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଅନିତା ସୋରି । ତେବେ ମହିଳାଙ୍କ ମୃତଦେହ ମିଳିବା ପରେ ତାଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ କାହିଁକି ଓ କଣ ପାଇଁ ସ୍ତ୍ରୀକୁ ହତ୍ୟା କରିଛି ଦୁଷ୍ମନ୍ତ ତାହା ଜଣାପଡିନାହିଁ । ପୋଲିସର ତଦନ୍ତ ପରେ ଘଟଣାର ଜଣାପଡିବ ସତ୍ୟାସତ୍ୟ ।