ବାଲିଗୁଡା, ବନବାସୀ ପ୍ରଧାନ କ ନୂଆଗାଁ ବ୍ଳକ ଅନ୍ତର୍ଗତ କୁଡୁତୁଲି ଠାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ। କ ନୂଆଗାଁ ଉପଖଣ୍ଡ ଚିକିତ୍ସାଳୟରେ ଡକ୍ଟର କରିଛନ୍ତି ମୃତ ଘୋଷଣା । ତଥ୍ୟ ଅନୁସାରେ ଗତକାଲି ଭୁବନେଶ୍ୱର ଅଞ୍ଚଳର ଜଗନ୍ନାଥ ବେହେରା ନାମକ ଯୁବକ କୁଡୁତୁଲି ଏ.ଏନ.ଏମ ଙ୍କ ସରକାରୀ କ୍ୱ।ଟରସକୁ ଆସିଥିଲେ । କିନ୍ତୁ କଣ ଘଟିଥିଲା କାହାକୁ ଜଣାନାହିଁ ପୋଲିସର କେସନଂ ୧୪୫/୨୪ରେ ତଦନ୍ତ କରୁଥିବା ଜଣାପଡ଼ିଛି। ହଠାତ୍ ଏ ଏନ୍.ଏମ ଜଣକ ଗାଁ ଲୋକ ଙ୍କୁ ଡାକିଥିଲେ ସେତେବେଳେକୁ ଯାହା ଗ୍ରାମବାସୀ ଦେଖିଥିଲେ ଏବଂ ଥାନା ପକ୍ଷରୁ ଯାହା ସୁଚନା ମିଳିଛି ଉକ୍ତ ଯୁବକ ଜଣଙ୍କ ଏକ କଇଁଚିରେ ଏ.ଏନ୍.ଏମ୍ ଙ୍କୁ ଆକ୍ରମଣ କରିଥିବା ସୁଚନା ମିଳିଛି । କୁ.ନୁଆଗାଁ ଥାନାକୁ ଗ୍ରାମବାସୀ ଯୋଗାଯୋଗ କରିଥିଲା ପରେ କ.ନୁଆଗାଁ ପୋଲିସ ଆସି ଘରକୁ ଯାଇ ଦେଖିବା ସମୟରେ ଯୁବକର ଝୁଲନ୍ତା ଅବସ୍ଥା ରେ ଦେଖି ତୁରନ୍ତ ଉଦ୍ଧାର କରି କ.ନୁଆଗା ଚିକିତ୍ସାଳୟ ରେ ଉକ୍ତ ଯୁବକ ଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ଉକ୍ତ ଯୁବକ ଜଣକ ଭୁବନେଶ୍ବର ଅଞ୍ଚଳ ଜଗନ୍ନାଥ ବେହେରା ବୋଲି ଧରାପଡିଛି, ତେବେ ଏହି ଏ.ଏନ୍.ଏମ ଙ୍କ ସହ ଯୁବକଙ୍କ କଣ ଥିଲା ସମ୍ପର୍କ କାହିଁକି ହୋଇଥିଲା ଗୋଣ୍ଡଗୋଳ , କିଭଳି ହୋଇଛି ମୃତ୍ୟୁ ତଦନ୍ତ ପରେ ସତ୍ୟ ଜଣା ପଡିବ । ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ମେଡିକାଲ କୁ ଶବ ପଠାଯାଇଛି ।ମୃତକ ପରିବାର ପହଞ୍ଚିବା ପରେ ଶବ ବ୍ୟବଛେଦ କରାଯିବ ବୋଲି ସୁଚନା ମିଳିଛି ।