ରାଜନୀତି ସରଗରମ ବିଜୟ ଲକ୍ଷ୍ୟ
ବରୀ : ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବରୀ ବ୍ଲକର ରାଜନୀତି ଏକ ପ୍ରକାର ସରଗରମ ହୋଇ ଉଠିଛି । ଆଉ ୨ ଦିନ ପରେ ହେବ ମତଦାନ ଏକ ପ୍ରକାର କହିବାକୁ ଗଲେ ପ୍ରଚାର ପ୍ରସାର ଶେଷ ସମୟରେ ପହଞ୍ଚିଛି। ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ପାର୍ଥୀ ମାନେ ନିଜ ନିଜର ପ୍ରଚାରକୁ ବ୍ୟାପକ କରୁଛନ୍ତି। ବିଶେଷ କରି ବରୀରେ ଦଳୀୟ ସମର୍ଥତ ପାର୍ଥୀ ହୋଇଥିବା ସରପଂଚ ସମିତି ସଭ୍ୟ ପାର୍ଥିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି।
ପଞ୍ଚାୟତ ଶାସନକୁ ନିଜ ହାତରେ ରଖିବାକୁ ପାର୍ଥୀ ପାର୍ଥୀନିମାନେ ସତ ଚେଷ୍ଟା କରୁଛନ୍ତି । ବରୀ ବ୍ଲକ ର ଚର୍ଚ୍ଚା ର ପଞ୍ଚାୟତ ବରୀ ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନ ରେ ଦୀମୁଖି ପ୍ରତିଦ୍ବନ୍ଦୀ ଦେଖିବାକୁ ମିଳିଛି। ଚଳିତ ଥର ଏହି ପଞ୍ଚାୟତ ରୁ ବିଜେଡି ସମର୍ଥନ ରେ ଦୁଇଜଣ ନୂତନ ପାର୍ଥୀ ପାର୍ଥୀନି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସରପଂଚ ପାର୍ଥୀନି ଭାବେ ନିର୍ବାଚନ ଲଢୁଥିବା ଶାଶ୍ଵତୀ ବାରିକ ଜଣେ ଉଚ୍ଚ ଶିକ୍ଷିତ ମହିଳା
ସହ ରାଜନୈତିକ ପରିବାରର ବୋହୂ ହୋଇଥିବା ବେଳେ ସମିତି ସଭ୍ୟ ଭାବେ ସଞ୍ଜୀବ କୁମାର ଜେନା ଟିକିଲି ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ,ଭଦ୍ର ମାର୍ଜିତ ,ସରଳ ବ୍ୟକ୍ତିତ୍ଵ ଭାବେ ବରୀରେ ପରିଚିତ ହୋଇ ନିର୍ବାଚନ ଲଢ଼ୁଛନ୍ତି। ଯଦିଓ ସଞ୍ଜୀବ ପରୋକ୍ଷ ଭାବେ ଦୀର୍ଘ ଦିନ ଧରି ରାଜନୀତି ରେ ଥିଲେ ମାତ୍ର ଚଳିତ ପଞ୍ଚାୟତ ନିର୍ବାଚନ ରେ ପ୍ରଥମ କରି ବରୀ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ ସରପଞ୍ଚ ସମିତି ସଭ୍ୟ ପାର୍ଥୀମାନେ ବରୀ ପଞ୍ଚାୟତର ଘରକୁ ଘର ଯାଇ ଲୋକ ମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିବା ସହ ନିର୍ବାଚନ ରେ ବିଜୟ ହାସଲ ପାଇଁ ବିଶ୍ୱାସ ରଖିଛନ୍ତି।