ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏପ୍ରିଲ୧୯ରୁ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଜୁନ ୪ ତାରିଖରେ ଭୋଟ ଗଣତି ହେବ । ତେବେ ଲୋକ ସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ ତାରିଖରେ ହୋବାକୁ ଥିବା ବେଳେ ୨ୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୨୬ରେ ଅନୁଷ୍ଠିତ ହେବ । ସେହିପରି ୩ୟ ପର୍ଯ୍ୟ ଭୋଟ ମେ ୭ ତାରିଖରେ ଥିବା ବେଳେ ୪ର୍ଥ ପର୍ଯ୍ୟୟ ଭୋଟ ମେ ୧୩, ଏବଂ ୫ମ ପର୍ଯ୍ୟାୟ ଭୋଟ ମେ୨୦ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୬ଷ୍ଠ ପର୍ଯ୍ୟୟ ଭୋଟ ମେ ୨୫ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସପ୍ତମ ପର୍ଯ୍ୟାୟ ଭୋଟ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ । ଲୋକ ସଭା ପାଇଁ ୫୪୩ ସିଟରେ ଭୋଟ ୭ଟି ପର୍ଯ୍ୟାୟରେ ହେବ । ସାରା ଦେଶରେ ଭୋଟ ଗଣତି ଜୁନ ୪ ତାରିଖରେ ହେବ । ନିର୍ବାଚନ କମିଶନ ଚଳିତ ନିର୍ବାଚନରୁ ୫୩୭ ଟି ରାଜନୈତିକ ଦଳକୁ ବାହାର କରିଛନ୍ତି । ପ୍ରଥମ ପ୍ରର୍ଯ୍ୟାୟରେ ୧୯ ଏପ୍ରିଲରେ ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଲୋକସଭା ସିଟରେ ଭୋଟ ହେବ । ସେହିପରି ୨ୟ ପର୍ଯ୍ୟାୟରେ ଏପ୍ରିଲ୨୬ରେ ୧୩ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୮୯ ଲୋକସଭା ସିଟରେ ଭୋଟ ହେବ । ୩ୟ ପର୍ଯ୍ୟାୟରେ ମେ ୭ରେ ୧୨ଟଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୯୪ ଲୋକସଭା ସିଟରେ ହେବ । ସେହିପରି ମେ ୧୩ ତାରିଖରେ ୪ର୍ଥ ପର୍ଯ୍ୟାୟରେ ୧୦ ଟି ରାଜ୍ୟର ଲୋକସଭା ଅସନ ପାଇଁ ଭୋଟ ହେବାକୁ ଥିବା ବେଳେ ମେ ୨୦ ତରିଖରେ ୫ମ ପର୍ଯ୍ୟାୟରେ ୮ଟି ରାଜ୍ୟରେ ୪୯ ସଟିରେ ଭୋଟ ହେବ । ଷଷ୍ଠ ପର୍ଯ୍ୟାୟରେ ମେ ୨୫ରେ ୭ଟି ରାଜ୍ୟର ୫୭ଲୋକସଭା ଆସନପାଇଁ ଭୋଟ ହେଉଥିବା ବେଳେ ଜୁନ ୮ ତାରିଖରେ ସପ୍ତମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୭ ଲୋକସଭା ଆସନ ପାଇଁ ଭୋଟ ହେବ ।