୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି

ନୂଆଦିଲ୍ଲୀ-: ହ୍ରାସହେଲା ଅମରନାଥ ଯାତ୍ରା ଅବଧି । ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏବଂ ସତର୍କତାକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରା ଅବଧିକୁ ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି । ଅମରନାଥ ଯାତ୍ରା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଜମ୍ମୁ ଏବଂ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅମରନାଥ ଯାତ୍ରା ୨୦୨୫କୁ ସୁରକ୍ଷିତ କରିବା ପାଇଁ ସୁରକ୍ଷା ବାହିନୀର ମୋଟ ୫୮୧ ପ୍ଲାଟୁନକୁ ନିୟୋଜିତ କରାଯାଇଛି ।