ନବରଙ୍ଗପୁର/ମନୋଜ ଦାଶ: ଜମିରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକରେ ଦଲବେଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଟିପଡା ଗ୍ରାମରେ । ଏକ ଧାନ ଜମିରେ ହଳ କରୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡିବାରୁ ଚକ ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚାଳକ ଜଣକଙ୍କ ଚନ୍ଦାହାଣ୍ଡି ଅଂଚଳରେ ଏବଂ ତାଙ୍କ ନାମ ଶଂଭୁନାଥ ଚିନାଗୁନ ବୋଲି ସୂଚନା ମିଳିଛି । ଘଟଣାର ଖବର ପାଇ ଚନ୍ଦାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।