ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍ କରି ଆଗତ ପିଟିସନ୍ଗୁଡ଼ିକୁ ଆଜି ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ଯୋଜନା ଖରଜ କରାଗଲା ବୋଲି ମୁଖ୍ୟ ବିଚାରପତି ସତୀସଚନ୍ଦ୍ର ଶର୍ମା ଏବଂ ବିଚାରପତି ସୁବ୍ରମଣିୟମ ପ୍ରସାଦ ରାୟ ଘୋଷଣା କରିଛନ୍ତି । ଏହି ପିଟିସନ୍ ସବୁର ଶୁଣାଣି କରାଯାଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାୟ ସଂରକ୍ଷଣ କରି ରଖାଯାଇଥିଲା। ଅଦାଲତ କହିଛନ୍ତି ଯେ,ଜାତୀୟ ସ୍ବାର୍ଥ ଏବଂ ସଶସ୍ତ୍ର ସେନା ଉତ୍ତମରୂପେ ସମର୍ଥ ବୋଲି ସୁନିଶ୍ଚିତ ହେବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି।