ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଶୀତ ଦିନେ ପରିବେଶ ପ୍ରଦୂଷଣ ସ୍ତର ବଢିଥାଏ । ଦିଲ୍ଲୀରେ ପ୍ରତିବର୍ଷ ଦୀପାବଳି ସମୟରେ ବାୟୁ ପ୍ରଦୂଷିତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳିରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ପ୍ରତିବନ୍ଦକ ଲଗାଯାଇଛି । ଶୀତଦିନେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧିକୁ ନଜରରେ ରଖି ଏପରି ନିଷ୍ପତି ନିଆଯାଇଛି ।
ଜାନୁୟାରୀରୁ ଅଗଷ୍ଟ ପର୍ୟ୍ୟନ୍ତ ଦିଲ୍ଲୀର ହାରାହାରି ଇଛଓ କମ୍ ରହିଥାଏ, କିନ୍ତୁ ଶୀତ ବଢ଼ିବା ସହିତ ବାୟୁ ଅଧିକ ପ୍ରଦୂଷିତ ହେବାକୁ ଲାଗିଥାଏ। ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ସମସ୍ତ ପ୍ରକାରର ବାଣ ତିଆରି, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ। ୨୦୨୧ ସେପ୍ଟେମ୍ବର ୨୮ରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦିଲ୍ଲୀରେ ବାଣ ତିଆରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲା। ଗତ ବର୍ଷ ମଧ୍ୟ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ମନ୍ତ୍ରୀ କହିଛନ୍ତି, ଦିଲ୍ଲୀର ପ୍ରଦୂଷଣ ହଟସ୍ପଟ୍ ଅଞ୍ଚଳର ମନିଟରିଂ କରାଯାଉଛି। ଏହା ସହିତ ଶୀତକାଳୀନ ଆକ୍ସନ ପ୍ଲାନ୍ ମଧ୍ୟ ଲାଗୁ କରାଯିବ।