ପୋଖରୀ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବେବର୍ତା ପୋଖରୀ ନିକଟରୁ ହିଞ୍ଜିଳି ପୁଲିସ ଜଣେ ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ  ଥାନାସାହିର ବନବାସୀ ସାହୁ (୪୬) ।  ପ୍ରକାଶ ଯେ, ସକାଳୁ କିଛି ମହିଳା ପୋଖରୀକୁ ଯିବା ବେଳେ ମହିଳା ଜଣଙ୍କ  ପଡ଼ିଥିବା ଦେଖି ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ  ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି।ଏ ନେଇ ହିଞ୍ଜିଳି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବ ବୋଲି ସୂଚନା ମିଳିଛି।ଏସଆଇ ସିଦ୍ଧାର୍ଥ ଜେନାଙ୍କ ସହ ଟିମ ଘଟଣାର ତଦନ୍ତ କରୁଛି।