ଯୁଗ୍ମ ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଯୁଗ୍ମ ଅଯୁଗ୍ମ ନିୟମକୁ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ନିୟମ କାରଣରୁ ଦିଲ୍ଲୀରେ ପ୍ରଦୂଷଣ କମିଥିବା ସତ୍ୟପାଠରେ କୁହାଯାଇଛି । ଦିପାବଳୀ ପରେ ଦିଲ୍ଲୀରେ କାର ଚଳାଚଳ ଉପରେ ଏହି ଯୁଗ୍ମ ଅଯୁଗ୍ମ ନିୟମ ଲାଗୁହେବ ବୋଲି ନିଷ୍ପତି ନେଇଛନ୍ତି ସରକାର । ପ୍ରଦୂଷଣ ବଢ଼ୁଥିବାରୁ ୪ବର୍ଷ ପରେ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି କେଜିରୱାଲ ସରକାର । ଅପରପକ୍ଷେ କୁତ୍ରିମ ବର୍ଷା କରିବାକୁ ଦିଲ୍ଲୀ ସରକାର ଯୋଜନା କରୁଥିବା ବେଳେ ଗୁରୁବାର ରାତିରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଛି । ପାଣିପାଗ ବିଭାଗ ଅନୁସାରେ ଆଜି ଦିଲ୍ଲୀର ପାଣିପାଗ ସାଧାରଣତଃ ମେଘୁଆ ରହିବ ଓ ସ୍ୱଳ୍ପ ବର୍ଷା ମଧ୍ୟ ହୋଇପାରେ । ଯାହାଫଳରେ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାଜଧାନୀ ଦିଲ୍ଲୀରେ ଗତ ଗୁରୁବାର ଏକ୍ବ୍ୟୁଆଇ ୪୩୭ ରହିଥିଲା, ଯାହାକି ଅଧିକ ଥିଲା । ବର୍ଷା ପରେ ଏଥିରେ କିଛି ମାତ୍ରାରେ ହ୍ରାସ ଘଟିଛି ।