ରାଗି ଗଲେ କ୍ରିକେଟ ହିରୋ ;ଆଉ ରାଗ ସବୁ ବ୍ରଡକାଷ୍ଟର ଉପରେ ସାରିଦେଲେ

ଭୁବନେଶ୍ୱର; ରାଗି ଗଲେ କ୍ରିକେଟ ହିରୋ । ଆଉ ରାଗ ସବୁ ବ୍ରଡକାଷ୍ଟର ଉପରେ ସାରିଦେଲେ । ଏପରି ଅନେକଥର ବିରାଟ କୋହଲି ରାଗିଥିବାର ନଜର ରହିଛି । ସେହିପରି ଆଇପିଏଲ ଆରମ୍ଭ ପୂର୍ବରୁ ବ୍ରଡକାଷ୍ଟରଙ୍କ ଉପରେ ବର୍ଷିଛନ୍ତି ବିରାଟ । ମ୍ୟାଚ ସମୟରେ ମ୍ୟାଚ୍ ପରିବର୍ତ୍ତେ ତାଙ୍କ ବ୍ୟକ୍ତି ଜୀବନ ବିଷୟରେ ଅଧିକା ଆଲୋଚନା ହେଉଥିବା ବିରାଟ କହିଥିବା ବେଳେ ଟିଭିରେ ମ୍ୟାଚ୍ ପ୍ରସାରଣ କରୁଥିବା କମ୍ପାନୀ ତାଙ୍କ ଖାଇବା, ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ମୁଁ ନାପସନ୍ଦ କରୁଛି ।

ସୂଚନା ମୁତାବକ, କିଛି ମାସ ପୂର୍ବେ ଇଲଣ୍ଡ ବିପକ୍ଷରେ ଭାରତ ନିଜର ଘରୋଇ ସିରିଜ ଖେଳୁଥିଲା । ସେହି ସମୟରେ କୋହଲିଙ୍କ ଖାଦ୍ୟାଭାସ ବିଷୟରେ ଷ୍ଟାର ସ୍ପୋର୍ଟସରେ ବହୁତ ସମୟ ଧରି ଏହି ବିଷୟରେ ଆଲୋଚନା ହୋଇଥିଲା । ତେବେ ଏହି ଘଟଣା କୋହଲି ଦିଲ୍ଲୀର ଏକ ମ୍ୟାଚ୍ ସମୟରେ ତାଙ୍କ ପାଖରେ ବସିଥିବା ରାହୁଲ ଦ୍ରାବିଡଙ୍କ ସହ କଥା ହେଉଥିଲେ । ଠିକ୍ ଏହି ସମୟରେ ଜଣେ ବ୍ୟକ୍ତି ଛୋଲେ ଭଟୁରେ ଆଣିବା ସମୟରେ କୋହଲି ଉତ୍ସାହିତ ହେବାଭଳି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଦୀର୍ଘ ସମୟ ଧରି ଷ୍ଟାର ସ୍ପୋର୍ଟସରେ ଆଲୋଚନା ହୋଇଥିଲା।

ମଧ୍ୟାହ୍ନ ଭୋଜନରେ ମୁଁ କ’ଣ ଖାଇଲି କିମ୍ବା ଦିଲ୍ଲୀରେ ମୋର ପ୍ରିୟ ଛୋଲେ ଭଟୁରେ ସ୍ଥାନ କେଉଁଠି, ତାହା ବିଷୟରେ ନୁହେଁ ।  କୋହଲି କହିଛନ୍ତି , ମ୍ୟାଚ୍ ସମୟରେ ତୁମେ ଏହା କରିପାରିବ ନାହିଁ। ବରଂ ଆପଣଙ୍କୁ ସେହି ନିର୍ଦ୍ଦିଷ୍ଟ ଖେଳାଳି କିପରି ପରିସ୍ଥିତି ଦେଇ ଗତି କରୁଛନ୍ତି ସେ ବିଷୟରେ କଥା ହେବା ଉଚିତ୍  ।

 

ମ୍ୟାଚ୍ ପ୍ରସାରଣକାରୀଙ୍କୁ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା ସେମାନଙ୍କ କାହାଣୀ ପ୍ରଦର୍ଶନ କରିବା ଉଚିତ। ଆଜି ଆମେ ମୌଳିକ ବିଷୟଗୁଡ଼ିକ ଉପରେ କାର୍ୟ୍ୟ କରୁଛୁ । ତେଣୁ ଏହି ପ୍ରକ୍ରିୟାରେ ସାମିଲ ଥିବା ପ୍ରତ୍ୟେକଙ୍କର ସାମୂହିକ ଦାୟିତ୍ୱ ରହିବା ଉଚିତ ବୋଲି କହିଛନ୍ତି ବିରାଟ କୋହଲି ।