କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଦେଶ ଛାଡ଼ିପାରିବେନି ମହିନ୍ଦା ରାଜପକ୍ସ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଗତ କିଛି ମାସ ହେବ ଖାଦ୍ୟ, ଇନ୍ଧନ ଏବଂ ରାଜନୈତିକ ଅସ୍ତିରତା ଜାରିରହିଛି । ଅନ୍ୟପଟେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ସମୟରେ ଗୋଟାବାୟା ରାଜପକ୍ସ ଦେଶ ଛାଡି ପଳାଇବା ପରେ କୋର୍ଟ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ବେସିଲ ରାଜପକ୍ସ ଦେଶ ଛାଡି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବେସିଲ ରାଜପକ୍ସ ମହିନ୍ଦା ରାଜପକ୍ସା ଭଳି ବିମାନ ବନ୍ଦରରୁ ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯାତ୍ରୀଙ୍କ ଉତ୍ତେଜନା କାରଣରୁ ତାଙ୍କୁ ବିମାନ ବନ୍ଦର ଛାଡିବାକୁ ପଡିଥିଲା। କିଛି ସମୟ ପାଇଁ ମହିନ୍ଦା ରାଜପକ୍ସ କେଉଁଠାରେ ଏବେ ଅଛନ୍ତି ସେନେଇ ପ୍ରଶ୍ନ ଉଠିଛି। ଗତ କିଛି ଦିନ ମଧ୍ୟରେ ହେବ ମହିନ୍ଦା ରାଜପକ୍ସଙ୍କ ବିଷୟରେ କୌଣସି ସୂଚନା ମିଳୁନାହିଁ ।