ନୂଆଦିଲ୍ଲୀ : ବଲିଉଡ ସୁନ୍ଦରୀ ଅଭିନେତ୍ରୀ ଐଶର୍ୟ୍ୟା ରାୟ ବଚ୍ଚନଙ୍କ ଘରେ ପହଞ୍ଚିଲା ତହସିଲଦାରଙ୍କ ନୋଟିସ୍ । ଟ୍ୟାକ୍ସ ଦାଖଲ କରିନଥିବାରୁ ଏବେ ଐଶର୍ୟ୍ୟାଙ୍କୁ ନୋଟିସ୍ କରାଯାଇଛି । ଐଶର୍ୟ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ଜମା କରିନାହାଁନ୍ତି । ଯେଉଁଥିପାଇଁ ତଙ୍କୁ ଏବେ ନାସିକର ତହସିଲଦାର ନୋଟିସ୍ ପଠାଇଛନ୍ତି । ମିଳିଥିବା ସୂଚନା ଅନୂଯାୟୀ ନାସିକରେ ବଲିଉଡ୍ ଅଭିନେତ୍ରୀଙ୍କର ଜାଗା ରହିଛି । ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ଅଛି । ଏହି କାରଣରୁ ନାସିକର ତହସିଲଦାର ଐଶର୍ୟ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି । ତେବେ ଏହି ନୋଟିସ୍ ଆସନ୍ତା ଜାନୁଆରୀ ୯ ତାରିଖରେ ଐଶର୍ୟ୍ୟା ରାୟଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି ।