(ତାରାକାନ୍ତ ନାୟକ / ସାଲେପୁର) : ଲଘୁଚାପଜନିତ ବର୍ଷା ଯୋଗୁଁ ସାଲେପୁର ସହର ଏବଂ ଆଖ ପାଖ ଅଞ୍ଚଳ ଜଳମଗ୍ନ ହୋଇଛି। କଟକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ ଆଁଠୁଏରୁ ଅଧିକ ପାଣି ରାସ୍ତା ଉପରେ ରହିଛି। ଲୋକ ମାନେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସାଲେପୁରର ଆଖ ପାଖରେ ଥିବା ଗାଁ ମାଛୁଆତି ,ରୋଧପୁର୍,ଲୁନାହାର,ଚନ୍ଦ୍ରାଦେଇପୂର୍, ବୋଦାମୁଣ୍ଡାଇ ଏହି ସବୁ ଗ୍ରାମର ଲୋକମାନଙ୍କ ଘରେ ବର୍ଷା ଜଳ ପଶିଯିବାରୁ ଘର ଭିତରେ ସରୀସୃପ ପଶି ଯିବାର ସମ୍ଭାବନା ରହିଛି । ସାଲେପୁରରେ ଡ୍ରେନର ସୁବିଧା ନ ଥିବା ଯୋଗୁଁ ପାଣି ନିଷ୍କାସନ ହୋଇପାରୁନାହିଁ। ଲୁଣାହାର ପୋଲ ନିକଟ ରାସ୍ତା, ଚନ୍ଦ୍ରାଦେଇପୂର୍ ସ୍କୁଲ୍ ସାମ୍ନା ରାସ୍ତା,ସାଲେପୁର ମଧୁମଣ୍ଡପ ରାସ୍ତା ସମେତ ବହୁ ରାସ୍ତାରେ ପାଣି ଜମିବା ଯୋଗୁଁ ଲୋକମାନେ ଯାତାୟତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର କିଛି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଜନ ଅସନ୍ତୋଷବଢ଼ିବାରେ ଲାଗିଛି।