ବିଜେଡି ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଆଜି ପବିତ୍ର ରଥଯାତ୍ରାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେଡି ନୂତନ କାର୍ୟ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟାଳୟରେ ବିଭିନ୍ନ ଶାଖା କାର୍ଯ୍ୟାକ୍ଷମ ହେବା ସହିତ ରକ୍ତଦାନ ଶିବିର, ସାମାଜିକ କଲ୍ୟାଣ କାର୍ଯ୍ୟାକ୍ରମ, ସହିତ ଦଳୀୟ କର୍ଯ୍ୟାକ୍ରମ ଅନୁଷ୍ଠିତ ହେବ । ସାଢେ ୪ କୋଟି ଓଡିଆଙ୍କସେବାରେ ବିଜେଡି କାର୍ଯ୍ୟଳୟ ସମର୍ପିତ ହେବା ସହିତ ଓଡିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣ ପ୍ରତୀକ ହେବ ଏହା ସହିତ ଓଡିଶା ର ସ୍ୱାଭିମାନ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ନେଇ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସୂଚନା ମିଳିଛି  । ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷପକୁ ବିଜେଡି ସଦସ୍ୟ ତରଫରୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଇଛନ୍ତି ।