ମାଲକାନଗିରିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମାଲକାନଗିରିରେ ସ୍ମାର୍ଟ ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଜିଠାରୁ କାର୍ୟ୍ୟକାରୀ ହେବାକୁ ଯାଉଛି । ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଆଜି ସକାଳ ସାଢ଼େ ୧୧ଟାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଷ୍ଟାଡିୟମରେ ଶ୍ରୀ ପଟ୍ଟନାୟକ ପହଞ୍ଚିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରଥମ ପର୍ୟ୍ୟାୟରେ ୧୫୦ଜଣ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ପ୍ରାୟ ଗୋଟିଏ ଘଣ୍ଟା ସେ ମାଲକାନଗିରିରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଥିବା ସବୁ ହିତାଧିକାରୀଙ୍କର ଗତକାଲି କୋଭିଡ୍ ଟେଷ୍ଟ କରାଯାଇଛି। ନେଗେଟିଭ୍ ରିପୋର୍ଟ ଆସିଥିବା ହିତାଧିକାରୀ ହିଁ କାର୍ୟ୍ୟକ୍ରମରେ ଭାଗ ନେବେ।