ଚଳଚଞ୍ଚଳ ବିରୂପା ମହୋତ୍ସବ

ସାଲେପୁର : ଗତତିନି ବର୍ଷହେବ ଫନି ଓ କୋଭିଡ଼ ମହାମାରି ଯୋଗୁଁ ସବୁ ମହୋତ୍ସବ ଗୁଡିକ ଉପରେ ସରକାରଙ୍କ କଟକଣା ପାଇଁ ବନ୍ଦ ଥିବା ବେଳେ ଚଳିତ ବର୍ଷ ସବୁ ମହୋତ୍ସବ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି। ଆଉ ବିଭିନ୍ନ ମହୋତ୍ସବର ଭରପୁର ଆନନ୍ଦ ନେଉଛନ୍ତି ଦର୍ଶକ।ଏହି ଅବସରରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଗୋପୀନାଥପୁର ଠାରେ ୧୦ମ ବିରୂପା ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ୫ ଦିନଧରି ଅନୁଷ୍ଠିତ ହେବ। ଆୟୋଜକ ଭାବେ ଆଞ୍ଚଳିକ, ସାମାଜିକ ଓ ସଂସ୍କୃତିକ ଉନ୍ନୟନ ଷ୍ଟ୍ରଟ ଓ ବିଜୟାନନ୍ଦ ଯୁବ ପରିଷଦ ଆୟୋଜନ କରାଯାଇଥିଲା ।

ଉଦଘାଟନି ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥିଭାବେ ନ୍ୟାୟମୃତ୍ତି ରଘୁବୀର ଦାସ, ମାନ୍ୟବର ସଦସ୍ୟରାଜ୍ୟ ମାନବାଧିକାର କମିଶନ,ମୁଖ୍ୟବକ୍ତା ଭାବେ ପ୍ରଶାସନିକଅଧିକାରୀ ତଥା ନିର୍ଦ୍ଦେଶକ ସ୍ୱାଧୀନ ଓଡିଶା ଟେଲିଭିଜନ ଲିମିଟେଡ଼ର ଜୟନ୍ତ କୁମାର ଦାସ, ଅତିଥିଭାବେ ପ୍ରତାପ କୁମାର ମହାନ୍ତି,ବନାଞ୍ଚଳ ଅଧିକାରୀ ଖୋରଧା, ମହୋତ୍ସବର ମୁଖ୍ୟ ଦିଲ୍ଲୀପ କୁମାର ଦାସ ପ୍ରମ୍ମୁଖ ଯୋଗଦେଇଥିଲେ।ଗୀତନାଚ ଓ ସଂସ୍କୃତିକ କାର୍ୟ୍ୟକ୍ରମରେ ଦୁଲୁକି ଥିଲା ମଞ୍ଚ। ଜିଲ୍ଲା ଓ ଜିଲ୍ଲା ବାହାର କଳାକାରଙ୍କ ଦ୍ବାରା ନାଚଗୀତକୁ ମନଭରି ଉପଭୋଗ କରିଥଲେ ଉପସ୍ଥିତ ଦର୍ଶକମାନେ। ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାସ ଓ ହାସ୍ୟ ଅଭିନେତା ଗୁଡୁ ଉପସ୍ଥିତ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲେ। ମୁଖ୍ୟ ପ୍ରଯୋଜକ ଭୁବନେଶ୍ୱରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା ।