ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଡକାୟତ ଉଦ୍ୟମ , ଘଟଣା ଘଟାଇବା ପୂର୍ବରୁ କାବୁ କଲା ପୋଲିସ

ସେମିଳିଗୁଡା : ଡକାୟତ ଓ ହାଇଯାକ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ପ୍ରସ୍ତୁତ ହୋଇଥିଲା । ସେମିଳିଗୁଡା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅସାମାଜିକ ଯୁବକ ମାନଙ୍କୁ କାବୁ କରିବାରେ ସଫଳ ହୋଇଛି। କୋରାପୁଟ ସେମିଳିଗୁଡା ସହରର ଗଣେଶ ନଗର ନିକଟ ଚର୍ଚ୍ଚ ପଛ ପାଖରେ ଭଡା ଘରେ ଚାଲିଥିଲା ପ୍ରସ୍ତୁତି। ଏଥିରେ ସଂପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିବା କରିଥିଲେ । ତେବେ ସେମାନଙ୍କ ନିକଟରୁ ୮ଟି ମୋବାଇଲ, ୯୫୧୦ ଟଙ୍କା, ଗୋଟିଏ ପିସ୍ତଲ , ଗୋଟିଏ ମାଉଜର, ଖଣ୍ଡା ଓ ଛୁରି ସହ ମାରୁତି କାର ଜବତ କରିଛି । ଗିରଫ ୬ ଜଣ ଅଭିଯୁକ୍ତ ମାନେ ପୂର୍ବରୁ ଗଞ୍ଜେଇ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ସେମିଳିଗୁଡା ଥାନା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।