ଭୁବନେଶ୍ୱର: ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଆମ୍ ଆଦମୀ ପାର୍ଟି ସମର୍ଥନ ଦେବ । ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ଆମର ସମ୍ମାନ ଅଛି, କିନ୍ତୁ ଆମେ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବୁ । ଆମ୍ ଆଦମୀ ପାର୍ଟିର ରାଜନୈତିକ ବ୍ୟାପର କମିଟର ବୈଠକ ପରେ ଏହି ନିଷ୍ପତି ନିଆ ଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସିଭିଲ୍ ଲାଇନ୍ସ ବାସଭବନରେ ଆମ୍ ଆଦମୀ ପାର୍ଟିର ୧୧ ଜଣ ଚଇଉ ସଦସ୍ୟଙ୍କ ସହ ଏକ ବୈଠକ ହୋଇଥିଲା ଯେଉଁଥିରେ ଏହି ନିଷ୍ପତି ନିଆଯାଇଥିଲା ।
ଏହି ବୈଠକରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂ, ଗୋପାଳ ରାୟ, ଆତିଶି, ଏନଡି ଗୁପ୍ତା, ଦୁର୍ଗେଶ ପଠକ, ପଙ୍କଜ ଗୁପ୍ତା, ରାଘବ ଚାଧା, ଇମ୍ରାନ ହୁସେନ୍ ଏବଂ ରାଖୀ ବିର୍ଲା ଯୋଗ ଦେଇଥିଲେ। ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୧୮ ରେ ମତଦାନ ଅନୁଷ୍ଠିତ ହେବ। ମତଦାନ ସମୟରେ ସାଂସଦ ଓ ବିଧାୟକମାନଙ୍କୁ ବିଭିନ୍ନ ରଙ୍ଗର ବାଲାଟ ପେପର ଦିଆଯିବ । ସାଂସଦମାନଙ୍କୁ ସବୁଜ ରଙ୍ଗର ବାଲାଟ ପେପର ଦିଆଯାଉବା ବେଳେ ବିଧାୟକମାନଙ୍କୁ ଗୋଲାପୀ ରଙ୍ଗର ବାଲାଟ ପେପର ମିଳିବ। ରାଷ୍ଟ୍ରପତି ନିର୍ବାଚନରେ ବିଧାୟକଙ୍କ ଭୋଟ୍ ସେମାନେ ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭର କରିଥାଏ ।