ବାଲି ମାଫିଆଙ୍କ ଆତଙ୍କ ରାଜ୍

ସବଇନ୍ସପେକ୍ଟରଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା

0

ବାଲି ମାଫିଆଙ୍କ ଚୋରା ଚାଲାଣ ମାଝିରେ ଆସି ପ୍ରାଣ ହରାଇଲେ ବିହାରର ଜଣେ ସବ୍-ଇନ୍ସ୍ପେକ୍ଟର ।ବିହାର ରାଜ୍ୟର ଜାମୁଇ ଜିଲ୍ଲାରେ ବେଆଇନ୍ ବାଲି ଖନନ କରି ବାଲି ମାଫିଆ ମାନେ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ କରୁଥିଲେ ।ସବ୍-ଇନ୍ସ୍୍ପେକ୍ଟର ଯାଞ୍ଚ୍ ପାଇଁ ଯାଇଥି ବା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।ମୃତକ ଜଣକ ହେଉଛନ୍ତି ୨୮ ବର୍ଷିୟ ପ୍ରଭାତ ରଂଜନ ।ସ୍ୱାସ୍ଥ୍ୟକେନ୍ଦ୍ର ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ରଂଜନଙ୍କ ସହିତ ରାଜେଶ କୁମାର ସାଓ ନାମକ ଜଣେ ହୋମଗାର୍ଡ ଉକ୍ତ ଧକ୍କାରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ରଂଜନ ସହକାରି (ଏସଏଚଓ) ଭାବେ କାର୍ଯ୍ୟ କରୁଥିବା ଓ ଥାନାଠାରୁ ୫ କିମି ଦୂର ଚନ୍ଦନ ୱାରା ଅଞ୍ଚଳରେ ବେଆଇନ ବାଲୁକା ଖନନ ହେଉଥିବା ଗୁପ୍ତ ସୂଚନା ପାଇଥିଲେ ।ସେଠାକୁ ଯାଇ ଯାନବାହାନ ଯାଞ୍ଚ୍ କରିବା ସମୟରେ ରଂଜନ ଓ ସାଓ ଟ୍ରାକ୍ଟର ଟିକୁ ଦେଖିଥିଲେ ବୋଲି ଜାମୁଇ ଜିଲ୍ଲାର ପୋଲିସ୍ ଏସ୍ପି ଶୌର୍ୟ୍ୟ ସୁମନ କହିଛନ୍ତି ।ଉକ୍ତ ଟ୍ରାକ୍ଟର ଟିକୁ ଅଟକାଇବା ପାଇଁ ପ୍ରୟାସ କରୁଥିବା ସମୟରେ, ଚାଳକ କୃଷ୍ନ ରବିଦାସ ସେମାନଙ୍କ ଉପରେ ଗାଡିଚଢାଇ ଦେଇ ଖସି ପଳାଇଥିଲେ ।ଦୂର୍ଘଟଣା ଘଟାଇଥିବା ଟ୍ରାକ୍ଟର କୁ ଜବତ କରାଯାଇଥିବା ଓ ଚାଳକଙ୍କ ସହିତ ଥିବା ବ୍ୟକ୍ତିଙ୍କୁ ବି ଗିରଫ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।