ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠୁ ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା କରହିଛି । ଆସନ୍ତା ୨୨ ଏବଂ ୨୩ ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ରାତିରେ ବଢିବ ତାପମାତ୍ରା ।
ଆଉ ଗୁରୁଚାପ ବଳୟ ଯୋଗୁଁ ଘନକୁହୁଡି ସମ୍ଭାବନା ମଧ୍ୟ ରହିଛି । ଅନ୍ୟକଟେ ଏବେ ରାଜ୍ୟରେ ଶୀତ ପଡୁଥିବା ବେଳେ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି । ଏଥିପାଇଁ ଆସନ୍ତା ୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର , କଟକ, କେନ୍ଦ୍ରାପଡା ,କନ୍ଧମାଳକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ଦିନ କଲବଲ କରିବ ଘନ କୁହୁଡି ସାଙ୍ଗକୁ ଶୀତ । ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା ।